No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨ ଫେବ୍ରୁଆରି,ମଙ୍ଗଳବାର ) ପଦ୍ମପୁର :- ଆଜି ପଦ୍ମପୁର ବିଜେପି ନଗର ମଣ୍ତଳ ତରଫରୁ ଏନ୍.ଏ.ସି ରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟାକୁ ନେଇ ଏକ ଦାବିପତ୍ର ପଦ୍ମପୁର ଏନ୍.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏକ ଦାବୀପତ୍ର ଦେଇଛନ୍ତି। ପାନୀୟ ଜଳର ସମସ୍ୟା, ଘର ପ୍ରତି ୩୦ ଟଙ୍କା ହୋଲ୍ଡିଂ ଟେକ୍ସ, ସହରରେ ସଠିକ ଭାବରେ ସଫେଇ ନ ହେଉଥିବା, ଡ୍ରେନେଜ ସଫେଇ ନ ହେବା, ବିଭିନ୍ନ ସ୍ତାନ ମଧ୍ୟରେ ଯେପରିକି ରାଜବୋଡାସମ୍ବର ପଡିଆ ପଛପଟେ ନିର୍ମୀତ ହୋଇଥିବା ଖେଳାଳି ବିଶ୍ରାମାଗାର କୁ କୈାଣସି ଏକ ମିଲର୍ସକୁ ଦିର୍ଘ ଦିନରୁ ଭଡା ଦେବା, ମନ ମୁତାବକ ଟେଣ୍ତର କରି ବିଭିନ୍ନ ସ୍ଥାନରେ ରୋଡ ରାସ୍ତା , କଲ୍ୟାଣ ମଣ୍ତପ , ପ୍ଲାନିଂଗ୍ ଦୋକାନ ଗୃହ ନିର୍ମାଣ, ଭେଉଁରିଆ ଛକର ପରିଶ୍ରା ଗାର ନିର୍ମାଣ କାର୍ଯ୍ୟରେ ବିଳମ୍ବତା ଆଦିକୁ ନେଇ ପଦ୍ମପୁର ଏନ୍.ଏ.ସି. କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଜୟନ୍ତ ସାହୁଙ୍କୁ ଏକ ଦାବୀପତ୍ର ଦେଇଥିଲେ । ବିଭିନ୍ନ ସମସ୍ୟା ମଧ୍ୟରେ
ଏନ୍.ଏ.ସି.ରେ ଠିକାଦାର ପୋସା ନିତିକୁ ମଧ୍ୟ ଇଂଗିତ କରି ପଦ୍ମପୁର ବିଜେପି ମଣ୍ତଳ ଏହି ସମସ୍ତ ସମସ୍ୟାକୁ ସମାଧାନ ନହେଲେ ଆଗାମି ଦିନରେ ଏନ୍.ଏ.ସି ପଦ୍ମପୁର କୁ ଘେରାଉ କେିବେ ବେଲି ଜଣାଇଥିଲେ । ପଦ୍ମପୁର ବିଜେପି ମଣ୍ତଳ ତରଫରୁ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଂପାଦକ ପ୍ରିତେଶ କୁମାର ବହିଦାର, ପଦ୍ମପୁର ନଗର ସଭାପତି ସୁନିଲ ଅଗ୍ରୱାଲ,ବିଜେପି ବରିଷ୍ଠ ନେତା ଅଶୋକ ମିଶ୍ର, ଅଡଭୋକେଟ୍ ଆଦିତ୍ୟ ରଥ, ଡା. ନାରୟଣ ପୁରୋହିତ, ସୁବାସ ପାତ୍ର, ସରୋହ ମିଶ୍ର, ପ୍ରତାପ ନାଥ, ଚିନ୍ମୟ କୁମାର ପଣ୍ତା, ପ୍ରମୋଦ କୁମାର ମେହେର, ଇଂ. କୁନାଲ ପାଣିଗ୍ରାହୀ, ନରୋତ୍ତମ ପ୍ରଧାନ, ନାରୀନେତ୍ରୀ ଜେସ୍ନାରାଣୀ କର, ଦିନେଶ ବାରିକ, କାହ୍ନା ବାରିକ, ସରୋଜ ପ୍ରଧାନ ପ୍ରମୁଖ ସାମିଲ ରହି ଦାବୀପତ୍ର ପ୍ରଦାନ କରିଥିଲେ । ( ରିପୋର୍ଟ – ନିରୋଜ କୁମାର ପାଣୀ )
No Result
View All Result