No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ ( ୩୧ ଜାନୁଆରୀ ରବିବାର ) ଓଡ଼ଗାଁ :- ବହୁଦିନ ପରେ ଓଡ଼ଗାଁର ପ୍ରସିଦ୍ଧ ଶ୍ରୀ ଶ୍ରୀ ରଘୁନାଥ ପୀଠ ନେବ ନୂଆ ରୂପରେଖ । ମନ୍ଦିର ଉନ୍ନତି ପାଇଁ ତତ୍କାଳୀନ ୨୫ ଲକ୍ଷ ଟଙ୍କା ମଞ୍ଜୁର କରିବା ସହ ରଘୁନାଥ ମନ୍ଦିର ରାସ୍ତା କୁ ( ହନୁମାନ ଛକ ଠାରୁ ମନ୍ଦିର ପର୍ଯ୍ୟନ୍ତ ) ପିଚୁ ସହ ଦୁଇ ପାର୍ଶ୍ଵରେ ଡ୍ରେନେଜର ବ୍ୟବସ୍ଥା କରାଯିବା ପାଇଁ ମନ୍ତ୍ରୀ ଡଃ ସାହୁ କହିଛନ୍ତି ।

ଏହିପରି କି ଗତକାଲି ସନ୍ଧ୍ୟା ସମୟରେ ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ଓଡ଼ଗାଁ ର ପ୍ରସିଦ୍ଧ ରଘୁନାଥ ମନ୍ଦିର ମାଷ୍ଟରପ୍ଲାନ ପାଇଁ ଓଡ଼ଗାଁ ଜିଲ୍ଲାପରିଷଦ ସଭ୍ୟ ଲୋକନାଥ ସାହୁ ଓ ବିଭୁପ୍ରସାଦ ସାହୁ ଙ୍କ ସହ ସ୍ବେଚ୍ଛାସେବୀ ବିଜନ୍ ପାଇକରାୟ ଙ୍କୁ ନେଇ ମନ୍ଦିର ପରିଦର୍ଶନ କରିଥିଲେ ।

ଓଡ଼ଗାଁ ପ୍ରସିଦ୍ଧ ଶ୍ରୀ ଶ୍ରୀ ରଘୁନାଥ ଙ୍କ ଦର୍ଶନ ପାଇଁ ଚାଲି ଚାଲି ଯିବା ସମୟରେ ସାଧାରଣ ଲୋକଙ୍କ ସମସ୍ୟା ମଧ୍ୟ ବୁଝିଥିଲେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ । ଓଡ଼ଗାଁ ର ବିକାଶ ସହ ଯୁବପିଢି ଙ୍କୁ ଆକୃଷ୍ଟ କରିବା ପାଇଁ ଆହୁରି ଅନେକ ବିକାଶମୂଳକ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ମନ୍ଦିର ଉନ୍ନତି ସହ ସ୍ମାର୍ଟ ଶ୍ମଶାନ , ନୂତନ ବସଷ୍ଟାଣ୍ଡ , ରାମସାଗର ପାର୍କ , ଲକ୍ଷ୍ମୀବଜାର , ପାନୀୟ ଜଳ ଯୋଗାଣ ସହ ଜନସାଧାରଣଙ୍କ ସମସ୍ତ ସୁବିଧା ଓ ଓଡ଼ଗାଁ ଏନ୍ଏସି ର ଉନ୍ନତି ନିମନ୍ତେ ଆବଶ୍ୟକତା ଅନୁଯାୟୀ ଟଙ୍କା ଯୋଗାଇ ଦିଆଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result