ମାହାଙ୍ଗା (ଓଡିଶା ତାଜା ନିଉଜ) ମାହାଙ୍ଗାରୁ ପ୍ରତିନିଧି ଲଷ୍ମୀଧର ଖୁଣ୍ଟିଆ 31/01/20 :- ଆଜିର ଆଧୁନିକତା ସମାଜରେ ଶିକ୍ଷାନୁଷ୍ଠାନ ମାନଙ୍କରେ କାର୍ଯ୍ୟରତ ଖେଳ ଶିକ୍ଷକ ମାନେ ଶୃଙ୍ଖଳିତ ହୋଇ ଛାତ୍ରଛାତ୍ରୀ ମାନଙ୍କୁ କ୍ରୀଡା ସମ୍ପର୍କରେ ପ୍ରଶିକ୍ଷଣ ଦେଲେ ଲୁକାୟିତ ପ୍ରତିଭା ମାନଙ୍କର ବିକାଶ ହୋଇପାରିବବୋଲି ମାହାଙ୍ଗା ଦ୍ୱିପାଞ୍ଚଳର କୋଠପଦା ସ୍ଥିତ କୋଠପଦା ମିନି ଷ୍ଟାଡିଅମ ଠାରେ ମାହାଙ୍ଗା ବ୍ଲକ ସ୍ତରୀୟ କ୍ରୀଡା ମହାକୁମ୍ଭର ଉଦଯାପନ ଉତ୍ସବ ରେ ପଂଚାୟତ ରାଜ ପାନୀୟଜଳ ଆଇନି ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, ବ୍ଲକ ଶିକ୍ଷାଧିକାରୀ ଚକ୍ରଧର ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବ ରେ ମୁଖ୍ୟ ବକ୍ତା ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାଜକିଶୋର ଜେନା,
ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷ ଶରତ ନାୟକ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷାଅଧିକାରୀ ନିରଞ୍ଜନ ବେହେରା, ଉପଧକ୍ଷା ରସିଦା ବେଗମ, ଜିଲ୍ଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ, ଶରତ ମହାପାତ୍ର, ସରପଞ୍ଚ କଳ୍ପନା ଜେନା, ଶିକ୍ଷାବିତ ଅକ୍ଷୟ କୁ ଷଡ଼ଙ୍ଗୀ, ସମିତିସଭ୍ୟ ଲଷ୍ମୀଧର ବେହେରା ପ୍ରମୁଖ ଯୋଗଦେଇ ଏହି କ୍ରୀଡା ମହାକୁମ୍ଭ ସମ୍ପର୍କ ରେ ମତ ରଖିଥିଲେ,
ଏହି ଅବସରରେ କ୍ରୀଡା ପ୍ରରିଯୋଗିତା ର ଶ୍ରେଷ୍ଠ ପ୍ରରିଯୋଗୀ ଓ ଚମ୍ପିୟାନ ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ସହ ପ୍ରମାଣ ପତ୍ର ଦେଇ ପୁରସ୍କୃତ କରିଥିଲେ, ଏହି ଉତ୍ସବ ରେ ସହକାରୀ ଶିକ୍ଷା ଅଧିକାରୀ ମଦନମୋହନ ମଲ୍ଲ ଅତିଥି ମାନଙ୍କ ପରିଚୟ ଓ କ୍ରୀଡା ସମ୍ପର୍କରେ କହିଥିଲେ, ଅନ୍ୟମାନଙ୍କ ମଧ୍ୟରେ ଏବିଇଓ ରମାକାନ୍ତ ପ୍ରହରାଜ ନାରାୟଣ ରାଉତ ସିଆରସିସି ମନୋଜ ଦାସ, ରାମରାମ ଷଡ଼ଙ୍ଗୀ, ରମାକାନ୍ତ ଦାସ, ଅକ୍ଷୟ ସାହୁ, ରଘୁନାଥ ଜେନା, ରାମଚନ୍ଦ୍ର ମହାପାତ୍ର, ଯଦୁନାଥ ରାଉତ, ଗଣେଶ ବିହାରୀ, ହେମନ୍ତ ପ୍ରଧାନ ପ୍ରମୁଖ ମଂଚାସୀନ ଥିଲେ,
ଏହି ଅବସରରେ ମାହାଙ୍ଗାର ଝିଅ ଅଭିପ୍ସା ମହାନ୍ତି ଓଏଏସ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବାରୁ ଅନୁଷ୍ଠାନ ପକ୍ଷରୁ ମନ୍ତ୍ରୀ ଜେନା ତାଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବା ସହ ଆଦର୍ଶ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ବ୍ରୋଞ୍ଜ ଓ ସିଲଭର ପଦକ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ, ଏହି କ୍ରୀଡା ମହାକୁମ୍ଭରେ ମାହାଙ୍ଗାର 117 ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ 360 ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ,