No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩୧ ଜାନୁଆରି,ରବିବାର) ରଣପୁର/ଅଭିମନ୍ୟୁ ମହାରଣା :- ଚାନ୍ଦପୁର ଥାନା ଅନ୍ତର୍ଗତ ବନ୍ଧପଲ୍ଲା ଗ୍ରାମ ନିକଟରେ କ୍ଷେତ୍ରୀବର ପୁର ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ବୟସ (୫୮) । ଏକ ସାଇକେଲ ଯୋଗେ ତାଙ୍କ ର ଭଉଣୀ ଘର ଜଙ୍କିଆ ଗ୍ରାମ କୁ ଯାଉଥିବା ବେଳେ କୌଣସି ଅଜଣା ଗାଡି ତାଙ୍କୁ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣା ଯାଇଛି ।

ଘଟଣା ସ୍ଥଳରେ ଅଚେତ ଅବସ୍ଥାରେ ପୂର୍ଣ୍ଣ ପ୍ରଧାନ ପଡ଼ି ରହିଥିବା ବେଳେ ରାସ୍ତା ରେ ଯାଉଥିବା ବାଟୋଇ ମାନେ ତାଙ୍କୁ ଉଠାଇ ମେଡ଼ିକାଲ କୁ ନେବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ଜଣା ଯାଇଛି । ପରେ ଖବର ପାଇ ଚାନ୍ଦପୁର ଥାନା ପୋଲିସ ଶବକୁ ଜବତ କରିବା ସହ ଏକ ମୋକଦମା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପାଈଁ ଚାନ୍ଦପୁର ମେଡ଼ିକାଲ କୁ ପଠାଇଛନ୍ତି । ଅଦ୍ୟାବଧି ଦୁର୍ଘଟଣା ଘଟାଇଥିବା ଗାଡି ର କୌଣସି ସନ୍ଧାନ ମିଳି ନଥିବା ଜଣାଯାଇଛି ।
No Result
View All Result