No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩୦ ଜାନୁଆରୀ ଶନିବାର )ଭୁବନେଶ୍ୱର :- କ୍ରୀଡା ଜୀବନର ଏକ ବଳିଷ୍ଠ ମାଧ୍ୟମ । କିନ୍ତୁ କରୋନା ପ୍ରକୋପ ତଥା କଟକଣାରେ ସୁପ୍ତ ହୋଇ ଯାଇଥିବା କ୍ରୀଡାକୁ ଜାଗ୍ରତ କରିବା ଲକ୍ଷ ନେଇ ଏକ ସୁସଂଗଠିତ ଯୁବ ବାହିନୀକୁ ନେଇ ଗଠିତ ଶୈଳଶ୍ରୀବିହାର, ଚନ୍ଦ୍ରଶେଖରପୁର ସ୍ଥିତ ତଳ ପଡିଆ ପୂଜା କମିଟି ଆନୁକୁଲ୍ୟରେ ତଥା ନୋ ଟେନ୍ସନ୍ ଇଭେଣ୍ଟ ଓ ପ୍ରଡକ୍ସନ ସଂସ୍ଥା (ଗୁନା) ଙ୍କ ଦ୍ୱାରା ପ୍ରାୟୋଜିତ ଶୈଳଶ୍ରୀବିହାର ପ୍ରିମିୟର କ୍ରିକେଟ୍ ଲିଗ୍ ଟୁର୍ଣ୍ଣାମେଣ୍ଟ ଇତି ମଧ୍ୟରେ ଉଦ୍ଯାପିତ ହୋଇଯାଇଛି । ଜାତୀୟ ସ୍ତରରେ ଆୟୋଜିତ ଆଇପିଏଲ୍ ଢାଣ୍ଟରେ ଶୈଳଶ୍ରୀବିହାର ଯୁବ ପ୍ରତିଭାମାନଙ୍କୁ ଅନ୍ୱେଷଣ କରାଯାଇ ଖେଳାଳି ନିଲାମ ମାଧ୍ୟମରେ ସାତ ଗୋଟି ଦଳ ଚୟନ କରାଯାଇ ଏହି ପ୍ରତିଯୋଗୀତାର ଆୟୋଜନ କରାଯାଇଥିଲା । ପ୍ରତିଯୋଗିତାର ଫାଇନାଲ୍ ରେ କରେଣ୍ଟ -୧୧ ଶୈଳଶ୍ରୀବିହାର କୃସ୍ରସ-୧୧ କୁ ୬ ରନ୍ରେ ପରାସ୍ତ କରି ଚମ୍ପିୟନ ଆଖ୍ୟା ଅର୍ଜନ କରିଥିଲା ।
କରେଣ୍ଟ -୧୧ ନିର୍ଦ୍ଧାରିତ ୧୫ ଓଭରରେ ୧୮୫ ରନ୍ କରିଥିବା ବେଳେ କୃସରସ୍ -୧୧ ୧୭୯ ରନ୍ ସ୍କୋର କରିଥିଲେ । ଉଦ୍ଯାପନୀ ଉତ୍ସବରେ ସମାଜସେବୀ ଶ୍ରୀ ବ୍ୟୋମକେଶ ପଟ୍ଟନାୟକ (ମୁନା), ଦିଲ୍ଲିପ କୁମାର ମହାନ୍ତି ଓ ନୀଳାଦ୍ରି ବିହାର ଯୁବ ଓ ସାଂସ୍କୃତିକ ସଂଘର ସଭାପତି ଡଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଅତିଥି ମାନଙ୍କ ଦ୍ୱାରା ବିଜେତା ଦଳକୁ ଟ୍ରଫି ସହ ନଗଦ ୮ ହଜାର ଓ ରନର୍ସ ଅଫ୍ ଦଳକୁ ଟ୍ରଫି ସହ ୫ ହଜାର କ୍ୟାସ୍ ପ୍ରାଇଜ୍ ପ୍ରଦାନ କରାଯାଇଥିଲା । ଏଥିସହ ମ୍ୟାନ୍ ଅଫ୍ ଦି ସିରିଜ୍ କିଶାନ ରଥ, ଫାଇନାଲ୍ ମ୍ୟାଚର ମ୍ୟାନ୍ଅଫଦି ମ୍ୟାଚ୍ ବିମଲ ପ୍ରଧାନ, ଶ୍ରେଷ୍ଠ ବୋଲର ଓମ୍ ପ୍ରକାଶ, ଶ୍ରେଷ୍ଠ ବ୍ୟାଟସ୍ମ୍ୟାନ୍ ରତିକାନ୍ତ ତଥା ଅନ୍ୟାନ୍ୟ କୃତି ପ୍ରଦର୍ଶନକାରୀଙ୍କୁ ଟ୍ରଫି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଉଦୟମାନ କ୍ରୀଡାବିତ୍ ମାଷ୍ଟର ଅଭୟ ଓ ବିଭୁତିଙ୍କ ଦ୍ୱାରା ଉଦ୍ଘାଟିତ ଏହି ପ୍ରତିଯୋଗୀତା ସ୍ଥାନୀୟ ଦର୍ଶକମାନଙ୍କ ଦ୍ୱାରା ବେଶ୍ ଆଦୃତ ଲାଭ କରିଛି ।
No Result
View All Result