No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ ( ୩୦ ଜାନୁଆରୀ ଶନିବାର ) ନୟାଗଡ଼ :- ଆଜି ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପରିସରରେ ଶୈକ୍ଷିକ ଭବନର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଜିଲ୍ଲାପାଳ ଡ. ପୋମା ଟୁଡୁ, ପୂର୍ତ୍ତ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ଧର ଯୋଗ ଦେଇଥିଲେ ।

ମହାବିଦ୍ୟାଳୟ ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ନିର୍ବାହୀ ଯନ୍ତ୍ରୀ ଶ୍ରୀଯୁକ୍ତ ଧର ଏହି ଶୈକ୍ଷିକ ଭବନର ସଂମ୍ପର୍କରେ ବ୍ୟକ୍ତବ୍ୟ ଦେଇଥିଲେ । ୩୨ ହଜାର ସ୍କୋୟାର ଫୁଟ୍ ବିଶିଷ୍ଟ ନିର୍ମାଣ ହେବାକୁ ଥିବା ଏହି କୋଠ ପାଇଁ ୫ କୋଟି ୪୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ସୂଚନା ଦେଇଛନ୍ତି । ମହାବିଦ୍ୟାଳୟ ନିର୍ମାଣ ସମୟର ପୁରୁଣା ଦିନକୁ ମନେପକାଇ ରଣପୁର ବିଧାୟକ ଛାତ୍ରଛାତ୍ରୀଙ୍କୁ ପଠାପଢ଼ାକୁ ଗୁରୁତ୍ୱ ଦେବାକୁ ଉପଦେଶ ଦେଇଛନ୍ତି ।

ଛାତ୍ରଛାତ୍ରୀମାନେ ପାଠ୍ୟପୁସ୍ତକ ବ୍ୟତିତ ଅନ୍ୟାନ ବହି ଏବଂ ଖବରକାଗଜ ପାଠ କରିବାର ଆବଶ୍ୟକାତ ରହିଥିବା ମନ୍ତ୍ରୀ ଡ. ସାହୁ ତାଙ୍କ ବକ୍ତବ୍ୟରେ କହିଛନ୍ତି । ସେହିଭଳି ଭାବେ କୋଠାନିର୍ମାଣ ସହ ସ୍ମାର୍ଟ କ୍ଲାସ ରୁମ୍ ତିଆରି କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପକ ଲକ୍ଷ୍ମୀଧର ସାହୁ ଧନ୍ୟବାଦ ଅର୍ପଣ କରିଛନ୍ତି । (ରିପୋର୍ଟ – ଅଶ୍ଵିନୀ କୁମାର ସାହୁ)
No Result
View All Result