No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୩୦ ଜାନୁଆରୀ ଶନିବାର ) କେନ୍ଦ୍ରାପଡ଼ା :- କେନ୍ଦ୍ରାପଡ଼ା ଜିଲ୍ଲାର ଆଜି ସୁଦ୍ଧା ବି ଜାତିପ୍ରଥାକୁ ନେଇ ଅଜବ ପ୍ରକାର ଘଟଣାର ଦୃଶ୍ୟ କୁ ଦେଖିବାକୁ ମିଳିଛି , ରାଜନଗର ବ୍ଲକ ଅନ୍ତର୍ଗତ କାଣ୍ଡରା ପଞ୍ଚାୟତ ର କାଣ୍ଡରା ଗ୍ରାମରେ ଆଜକୁ ପ୍ରାୟ 16ବର୍ଷ ତଳେ ଶିକ୍ଷକ ଅଜୟ ପଲାଇ ପାଖ ଗାଁ ର ଜଣେ ଶିକ୍ଷିତ ଓ ଅନୁସୂଚିତ ଜାତିର ଝିଅ କୁ ପ୍ରେମବିବାହ କରିଥିଲେ , ଉକ୍ତ ସମୟରେ ଅଜୟ ଙ୍କ ପରିବାର ତାଙ୍କ ଘରେ ରହିବାକୁ ସ୍ଥାନ ଦେଇ ନ ଥିଲେ , ତେବେ ସେହି ଦିନ ଠାରୁ ଅଜୟ ତାଙ୍କ ପତ୍ନୀ ଙ୍କୁ ଧରି ଗ୍ରାମ ପାଖରେ ଭଡା ସୂତ୍ରରେ ଜୀବନ ଅତି ଦୁଃଖ ଓ କଷ୍ଟରେ କାଟୁଥିଲେ , ମଧ୍ୟ କୌଣସି ବାଧା ବିଘ୍ନ କୁ ଖାତିରି ନକରି ଚଳୁଥିଲେ , ହଟାତ କେଜାଣି କେଉଁଠି ଥିଲା ଅଜଣା ରୋଗରେ ପୀଡିତ ହୋଇ ଅନେକ ଦିନ ପରେ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ ,
ଶିକ୍ଷକ ଅଜୟ ପଳାଇ, ସେହି ସମୟରେ ଅଜୟ ଙ୍କ ପରିବାର ଙ୍କ ଗୋଟିଏ ଯିଦି ଆମେ ତାର ଶବକୁ ସଂସ୍କାର କରିବୁନାହଁ , ଅନେକ ସମୟ ପରେ ରାଜନଗର ଅଂଚଳ ର ଅଜୟ ଙ୍କ ଶବକୁ କାନ୍ଧ ଦେବା ପାଇଁ ଦେବ ଦୂତ ଓ ଶ୍ରେଷ୍ଠ ମଣିଷପଣିଆ ଦେଖବା ଭଳି ଆସି ଛିଡା ହୋଇ ହାତୀନ ପଞ୍ଚାୟତ ର( ମା ସାରଳା ଯୁବ ସମାଜ ସେବୀ ସଙ୍ଘଠନ ) ପହଂଚି କାଠ ଠାରୁ ଆରମ୍ଭ କରି ଯେମିତି ଵିଧି ମୁତାବକ ସମସ୍ତ ଯଥା ରୀତିରେ କାର୍ଯ୍ୟ ସମ୍ପୂର୍ଣ ସତେ ଯେମିତି ନିଜ ପରିବାର ସଦୃଶ୍ୟ ଓ ଅତି ଆପଣାର ଭଳି ଏମିତିକି ଦଶାହ ଓ ଶୁଦ୍ଧିକ୍ରିୟା କୁ ମଧ୍ୟ ଯୋଗଦାନ କରି କାର୍ଯ୍ୟ ସମାପନ କରିଥିଲେ , ତେବେ ଏନେଇ ରାଜନଗର ବୁଦ୍ଧିଜୀବୀ ଓ ବରିଷ୍ଠ ମାନଙ୍କ ସହିତ ବିଭିନ୍ନ ଦିଗରୁ ରାଷ୍ଟ୍ରପତି ଓ ରାଜ୍ୟପାଳ ଙ୍କ ପୁରସ୍କାର ପାଇଁ ମା ସାରଳା ଯୁବ ସମାଜ ସେବୀ ସଙ୍ଘଠନ ର କାର୍ଯ୍ୟ କର୍ତ୍ତା ମାନଂକୁ ଉଚିତ କାର୍ଯ୍ୟ ନିମନ୍ତେ କେନ୍ଦ୍ରାପଡ଼ା ଜିଲ୍ଲାର ନୂତନ ଜିଲ୍ଲାପାଳ ଶ୍ରୀଯୁକ୍ତ ଅମ୍ରିତ ଋତୁରାଜ ବିନମ୍ର ନିବେଦନ ( କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ )
No Result
View All Result