No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ ( ୩୦ ଜାନୁଆରୀ ଶନିବାର ) ଓଡ଼ଗାଁ :- ଆପଣ କେବେ ହଳଦିଆ ଓ ଗ୍ରୀନ୍ ରଙ୍ଗର ଫୁଲକୋବି ଦେଖିଛନ୍ତି କି ?? ଫଟୋ ରେ ଦେଖିବାକୁ ମିଳିଥିବା ଭିନ୍ନ ରଙ୍ଗର ଫୁଲକୋବି ଦେଖିଲେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର କୁରାଳ ଅଞ୍ଚଳରେ ଜଣେ ଚାଷୀ ଏହିଭଳି ରଙ୍ଗୀନ ଫୁଲକୋବି ଚାଷ କରିଛନ୍ତି । ଏହି କୋବି ଯେତିକି ସୁନ୍ଦର ଦେଖାଯାଉଛି , ଖାଇବାକୁ ମଧ୍ୟ ସେତିକି ସ୍ବାଦିଷ୍ଟ ଲାଗୁଛି ।

ଏଥିରେ ଅଧିକ ପରିମାଣର ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଛି । ଏହି ରଙ୍ଗୀନ ଫୁଲକୋବି ରେ ସାଧାରଣ ଫୁଲକୋବି ଅପେକ୍ଷା ଅଧିକ ପୃଷ୍ଟିସାର ରହିଛି । ଯାହା ରୋଗ ଏବଂ ଶରୀର ସଂକ୍ରମଣକୁ ମୁକାବିଲା କରିବା ସହାୟକ ହୁଏ । ଆଉ ଏହି କୋବିକୁ ଦେଖିବା ପାଇଁ ସ୍ଥାନୀୟ ଅଂଚଳରେ ଲୋକଙ୍କ ଭିଡ ଜମୁଛି । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result