No Result
View All Result

ଓଡ଼ିଶା ତାଜା ନ୍ୟୁଜ (୩୦ ଜାନୁଆରୀ ଶନିବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ପାରା ଢିପି ଗ୍ରାମରେ ଗ୍ରାମରେ ଆଠ ଘରିଆ ପରିଚାଳନା କମିଟି ତରଫରୁ ଆୟୋଜିତ ଉଦ୍ୟାନ କୃଷି ବିଭାଗ ପ୍ୟାକ ହାଉସ୍ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାରାଢିପି ପଞ୍ଚାୟତ ଯୁବ ବିଜେଡ଼ି ସଂଗଠକ ବିଭୂତି ଭୂଷଣ ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଉଦ୍ୟାନ କୃଷି ବିଭାଗ ପ୍ୟାକ ହାଉସ୍ ଉଦଘାଟନ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟା ଯୋଗୁଁ କୃଷି ପାଇଁ ଆମ ରାଜ୍ୟ ଓଡ଼ିଶା ଦେଶରେ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହୋଇପାରିଥିବା କହିଥିଲେ ।

ତତ୍ ସହିତ କୃଷିର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବର୍ଣ୍ଣନା କରିଥିଲେ।ତତ୍ ସହିତ ଅଞ୍ଚଳର କୃଷି ,ଶିକ୍ଷା ଓ ସ୍ଵାସ୍ଥ୍ୟ ର ଅଧିକରୁ ଅଧିକ ଉନ୍ନତି ପାଇଁ ପ୍ରଚେଷ୍ଟା ଜାରି ରଖିଥିବା ଦଶପଲ୍ଲା ବିଧାୟକ ଶ୍ରୀ ବେହେରା କହିଥିଲେ । ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟ କ୍ଷା ପୁଷ୍ପାଞ୍ଜଳି ସାହୁ,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍ ,ବିଡ଼ିଓ ପ୍ରମୋଦ କୁମାର ଦଳ ବେହେରା, ବିଜେଡ଼ି ସଭାପତି ସନାତନ ସାମଲ,ଉପ ସଭାପତି ମୂରଲୀଧର ଜେନା,ଉଦ୍ୟାନ କୃଷି ବିଭାଗ ଅଧିକାରୀ ଅଜିତ୍ କୁମାର ନାୟକ,ଜିଲ୍ଲା ଛାତ୍ର ବିଜେଡ଼ି ଉପ ସଭାପତି ଅମୂଲ୍ୟ ସାହୁ,ବ୍ଲକ୍ ଛାତ୍ର ବିଜେଡ଼ି ସଭାପତି ସୁବ୍ରତ କୁମାର ପରିଡ଼ା, ପାରାଢ଼ିପି ପଞ୍ଚାୟତ ସମିତି ସଭ୍ୟା ଙ୍କ ପ୍ରତିନିଧି ,ନାଏବ ସରପଞ୍ଚ ଭଗବାନ ସାହୁ,ପଞ୍ଚାୟତ ବିଜେଡ଼ି ସଭାପତି ଦୁର୍ଯ୍ୟୋଧନ ରାଉତ, ମହିପୁର ସରପଞ୍ଚ ଙ୍କ ପ୍ରତିନିଧି ,ପ୍ରମୁଖ ଯୋଗ ଦେଇଥିଲେ।ଗ୍ରାମବାସୀ ଙ୍କ ତରଫରୁ ଦଶପଲ୍ଲା ବିଧାୟକ ଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।(ଦଶପଲ୍ଲା ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)
No Result
View All Result