ଓଡ଼ିଶା ତାଜା ନ୍ୟୁଜ (୩୦ ଜାନୁଆରୀ ଶନିବାର ) ରାୟଗଡା/ବଲାଙ୍ଗୀର :-ସୁନାବେଡା ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ବସ୍ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇ ପଡ଼ିଛି । ମନମୁଣ୍ଡା ଥାନା ୫୭ନଂ ଏନ୍ଏଚ୍ ମସିଣାପଡ଼ାରେ ବସ୍ ଦୁର୍ଘଟଣା ହୋଇଥିବା ଜଣା ପଡ଼ିଛି । ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ , ୩ ଯାତ୍ରୀ ଆହତ ହେବା ସଙ୍ଗେ ସଙ୍ଗେ ଅଳ୍ପକେ ବର୍ତ୍ତିଲେ ୩୫ ଯାତ୍ରୀ । ଦୁର୍ଘଟଣା ରେ ଆହତ ମାନଙ୍କୁ ଜିଲ୍ଲାର ସନ୍ଥ ଭୀମ ଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଘଟିବା ପୁର୍ବରୁ ବସ୍ କଟକରୁ ଜେପୋର ଅଭିମୁଖେ ଯାଉଥିଲା ।
ପୁର୍ବ ରୁ ମଧ୍ୟ ଅନ୍ୟ ଏକ ଘଟଣାରେ ବଲାଙ୍ଗିର ଜିଲ୍ଲାର ରତାଖଣ୍ଡୀ ନିକଟ ଟିଟଲାଗଡ ରାସ୍ତାରେ ଏକ ବସ୍ କଇଁଛ ବୁଲାଇ ପାଞ୍ଚ ଜଣ ଯାତ୍ରୀ ଆହତ ହୋଇଥିବାର ସୂଚନା ମିଳିଥିଲା । ଶନିବାର ଦିନ ରାୟଗଡା ଜିଲ୍ଲାର ବିସମ କଟକ ପୋଲିସ ସୀମା ଅନ୍ତର୍ଗତ ବେଥିଆପଡା ଅଞ୍ଚଳ ନିକଟରେ ଓଲଟି ପଡ଼ିବା ପରେ ଅତି କମରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୯ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ଯାତ୍ରୀମାନଙ୍କୁ ଚିକିତ୍ସା ପାଇଁ ରାୟାଗଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।