No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୯ ଜାନୁଆରୀ ଶୁକ୍ରବାର )କେନ୍ଦ୍ରାପଡ଼ା :- ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ଡ଼ାଙ୍ଗମାଳ ସ୍ଥିତ ଅରଣ୍ୟ ନିବାସ, ଭିତରକନିକାର ସମ୍ମିଳନୀ କକ୍ଷରେ ଏକ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା, ଖରିଫ ଧାନ ସଂଗ୍ରହ ବ୍ୟବସ୍ଥାକୁ କିପରି ସୁଦୃଢ଼ କରାଯିବ ଓ ମହାତ୍ମା ଗାନ୍ଧୀ ଆତ୍ମ ନିର୍ଭର କର୍ମନିଯୁକ୍ତି ଯୋଜନା ସମ୍ପର୍କରେ ଜିଲ୍ଲାରେ କିଭଳି କାର୍ଯ୍ୟକ୍ରମ ହେଇଛି ସମୀକ୍ଷା କରିଥିଲେ ।
ଏତତ୍ ବେତିତ୍ ଭିତରକନିକାରେ କିଭଳି ଆହୁରି ଅଧିକ ଇକୋରିଟିଟ୍ ବ୍ୟବସ୍ଥା ହୋଇ ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରରେ ଆହୁରି ଅଧିକ ସୃଦୃଢ଼ କରିବା ପାଇଁ ଆଲୋଚନା ହୋଇଥିଲା । ଏହି ବୈଠକରେ ଉପସ୍ଥିତ ଥିଲେ କେନ୍ଦ୍ରାପଡ଼ା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଶଶୀଭୂଷଣ ବେହେରା, ମହାକାଳପଡ଼ା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅତୁନ ସବ୍ୟସାଚୀ ନାୟକ, ଆଳି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରତାପ କେଶରୀ ଦେବ, ରାଜନଗର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଧ୍ରୁବ ଚରଣ ସାହୁ , ଜିଲ୍ଲାପାଳ ଅମ୍ରିତ୍ ରୁତୁରାଜ, ଜିଲ୍ଲା ଜଳଯୋଗାଣ ଅଧିକାରୀ ବସନ୍ତ କୁମାର ନାୟକ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଦିଲିପ କୁମାର ପରିଡ଼ା, ଜିଲ୍ଲା ବନ୍ୟପ୍ରାଣୀ ଅଧିକାରୀଣି ସୁଶ୍ରୀ ସ୍ଵାତି ମାହାନ୍ତି, ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଶାନ୍(କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ)
No Result
View All Result