No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୯ ଜାନୁଆରି, ଶୁକ୍ରବାର ) ପାରଳାଖେମୁଣ୍ଡି :- ଜିଲ୍ଲାର ୪ ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୁରୁବାର ଦିନ ପ୍ରାୟ ୨୮୪ ଜଣ ସ୍ୱାସ୍ଥ୍ୟ କର୍ମଚାରୀ ତଥା ଆଗଧାଡ଼ିର କୋଭିଡ୍ ଯୋଦ୍ଧା ମାନଙ୍କୁ କୋଭିଡ୍ ଟୀକା ପ୍ରଦାନ କରାଯାଇଛି ଜିଲ୍ଲାର ଗୋଷାଣୀ ବ୍ଲକ ଗୁରାଣ୍ଡି ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ କାଶୀନଗର , ରା : ଉଦୟଗିରି ଓ ବି:-ଖଜୁରିପଦା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ପ୍ରାୟ ୨୮୪ ଜଣଙ୍କୁ ଏହି କୋଭିଡ୍ ଟୀକା ପ୍ରଦାନ କରାଯାଇଛି ।
ମୁଖ୍ୟତଃ ଯେଉଁ ସ୍ବାସ୍ଥ୍ୟକର୍ମୀ ଓ କର୍ମଚାରୀ କୋଭିଡ୍ ଯୋଦ୍ଧାମାନେ ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମରେ କୌଣସି କାରଣ ବଶତଃ ଟୀକା ନେଇ ପାରି ନ ଥିଲେ , ସେମାନେ ଏହି କୋଭିଡ୍ ଟୀକା ନେବାକୁ ଅତ୍ୟନ୍ତ ଆଗ୍ରହର ସହ ଆସି କେନ୍ଦ୍ରରେ କୋଭିଡ୍ ଟିକା ନେଇଥିଲେ । ହିତାଧିକାରୀ ମାନେ ଟୀକା ନେବା ପରେ ସେମାନଙ୍କୁ ନିରୀକ୍ଷଣ କକ୍ଷଠାରେ ୩୦ ମିନିଟ ପର୍ଯ୍ୟନ୍ତ ବସିବାକୁ କୁହା ଯିବା ସହ କୌଣସି ପାଶ୍ୱପ୍ରତିକ୍ରିୟା ଦେଖା ଦେଲେ ତୁରନ୍ତ ଜଣାଇବା ପାଇଁ କୁହାଯାଇଥିଲା । ତେବେ କାହା ଠାରେ ହେଲେ ଟୀକା ନେବା ପରେ ପାଶ୍ୱପ୍ରତିକ୍ରିୟା ଦେଖାଯାଇ ନ ଥିବା ଜଣାଯାଇଛି । (ଗରୁଡ଼ ଧ୍ୱଜ ଚୌଧୁରୀ)
No Result
View All Result