• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆଜିଠୁ କେନ୍ଦ୍ର ସଂସଦର ବଜେଟ ଅଧିବେଶନ ଆରମ୍ଭ – ରାଷ୍ଟ୍ରପତିଙ୍କ ଅଭିଭାଷଣ ବର୍ଜନ କରିବେ ୧୬ ବିରୋଧୀ ଦଳ; ଉପସ୍ଥିତ ରହିବ ବିଜେଡି

Proprietor Abhimanyu Maharana by Proprietor Abhimanyu Maharana
January 29, 2021
in ଓଡ଼ିଶା, ଦେଶ, ବିଶ୍ଵ, ରାଜନୀତି, ହୋମ୍
0
ଆଜିଠୁ କେନ୍ଦ୍ର ସଂସଦର ବଜେଟ ଅଧିବେଶନ ଆରମ୍ଭ – ରାଷ୍ଟ୍ରପତିଙ୍କ ଅଭିଭାଷଣ ବର୍ଜନ କରିବେ ୧୬ ବିରୋଧୀ ଦଳ; ଉପସ୍ଥିତ ରହିବ ବିଜେଡି
Share on FacebookShare on TwitterWhatsapp

ରାଷ୍ଟ୍ରପତିଙ୍କ ଅଭିଭାଷଣ ବର୍ଜନ କରିବେ ୧୬ ବିରୋଧୀ ଦଳ; ଉପସ୍ଥିତ ରହିବ ବି.ଜେ.ଡି

1. ଆଜିଠୁ କେନ୍ଦ୍ର ବଜେଟ ଅଧିବଶେନ  
2. ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ
3. ଫେବ୍ରୁଆରି ୧୩ରେ ହେବ ଶେଷ
4. ନିର୍ମଳା ସୀତାରମଣ ଉପସ୍ଥାପନ କରିବେ ବଜେଟ

==================================================

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଜାନୁଆରି, ଶୁକ୍ରବାର ) ନୂଆଦିଲ୍ଲୀ :- ଆଜିଠୁ କେନ୍ଦ୍ର ବଜେଟ ଅଧିବେଶନ ଆରମ୍ଭ ହୋଇଛି,ଉଭୟ ଗୃହର ସଦସ୍ୟଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜର ଅଭିଭାଷଣ ରଖିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ; ତେବେ କଂଗ୍ରେସ ସମେତ ୧୬ଟି ବିରୋଧୀ ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବେ ବୋଲି ଗୁରୁବାର ଘୋଷଣା କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବି ଆଜାଦ କହିଛନ୍ତି ଯେ କଂଗ୍ରେସ ସମେତ ତୃଣମୂଳ କଂଗ୍ରେସ (ଟିଏମସି), ଶିବସେନା, ଅକାଳି ଦଳ, ଆମ୍ ଆଦମୀ ପାର୍ଟି (ଆପ), ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି), ନ୍ୟାସନାଲ କନଫରେନ୍ସ (ଏନସି), ଡିଏମକେ, ସମାଜବାଦୀ ପାର୍ଟି, ଆରଜେଡି, ସିପିଆଇ(ଏମ), ଆଇଜେଏମଏଲ, ଆରସିପି, ପିଡିପି, ଏମଡିଏମକେ, କେରଳ କଂଗ୍ରେସ ଓ ଏଆଇୟୁଡିଏଫ ଆଦି ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ନିଜର ଅଭିଭାଷଣରେ ରାଷ୍ଟ୍ରପତି ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା କହିଛନ୍ତି । ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ଉପସ୍ଥିତ ରହିବେ ବିଜେଡି ସାଂସଦ

1. ନୂଆ କୃଷି ଆଇନ ଚାଷୀଙ୍କୁ ଲାଭ ଦେବ

2. କରୋନା କାଳରେ ଭାରତ ଆଗକୁ ବଢ଼ିଛି

3. ସ୍ୱାସ୍ଥ୍ୟକୁ ମିଳିଛି ଗୁରୁତ୍ୱ

4. ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ଯୋଜନା

5. ଯବାନଙ୍କୁ ପ୍ରଶଂସା

ନୂଆ କୃଷି ଆଇନ ଚାଷୀଙ୍କୁ ଲାଭ ଦେବ :-

‘‘କୃଷକଙ୍କ ଉନ୍ନତି ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ସ୍ୱାମୀନାଥମ ସୁପରିସ ଲାଗୁ କରି ଏମ୍‌ଏସପି ଦେଢ଼ଗୁଣା କରାଯାଇଛି । ଜଳସେଚନ ସୁବିଧା ବଢ଼ିଛି, ଖାଦ୍ୟ ଉତ୍ପାଦନ ବୃଦ୍ଧି ପାଇଛି ,୨୦୧୪ରେ ୨୪୩ ମିଲିୟନ ଟନ୍‌ ଖାଦ୍ୟ ଉତ୍ପାଦନ ହେଉଥିଲା । ଏବେ ଦେଶର ଖାଦ୍ୟ ଉତ୍ପାଦନ ପରିମାଣ ୨୯୬ ଟନ’’, କହିଛନ୍ତି ରାଷ୍ଟ୍ରପତି । ନୂଆ କୃଷି ଆଇନ ଚାଷୀଙ୍କୁ ଲାଭ ଦେବ, ଅନେକ ବିଚାରବିମର୍ଷ ପରେ ଏହି ଆଇନକୁ ପାରିତ କରାଯାଇଛି । ଏହି ଆଇନ ଫଳରେ ୧୦ କୋଟି ଛୋଟ ଚାଷୀ ଲାଭ ପାଇବେ,ଆଇନକୁ ନେଇ ଥିବା ଭ୍ରମକୁ ସରକାର ଦୂର କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଆଇନ ବିରୋଧରେ ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଯାହା ଘଟିଲା ତାହା ଅତ୍ୟନ୍ତ ନିନ୍ଦନୀୟ, ନୂଆ ଆଇନରେ ଚାଷୀଙ୍କୁ ବହୁ ଅଧିକାର ଦିଆଯାଇଛି ବୋଲି ସେ କହିଛନ୍ତି ।

କରୋନା କାଳରେ ଭାରତ ଆଗକୁ ବଢ଼ିଛି :-

‘‘କରୋନା କାଳରେ ଏ ଅଧିବେଶନ ଗୁରୁତ୍ୱପୂର୍ଣ୍ଣ, ଯେତେ ପରୀକ୍ଷା ଆସୁ ଭାରତ ଅଟକିବନି । ଯେବେବି କିଛି ବିପଦ ଆସିଛି, ଦେଶବାସୀ ଏକାଠି ହୋଇ ଲଢ଼ିଛନ୍ତି । ଆଜି ଭାରତ ଏକ ନୂଆ ସାମର୍ଥ୍ୟର ବିଶ୍ୱରେ ଆଗକୁ ବଢ଼ିଛି । କରୋନା କାଳରେ କେହି ଯେମିତି ଭୋକରେ ନରହିବେ ସେଥିପାଇଁ ବ୍ୟବସ୍ଥା ହୋଇଛି । ଲୋକଙ୍କୁ ମାଗଣା ରାସନ ଯୋଗା ଯାଇଛି । ଶ୍ରମିକମାନଙ୍କୁ କାମ ଦେବାକୁ ଅଧିକ ୫୦ କୋଟି ଶ୍ରମ ଦିବସ ହୋଇଥିଲା । ଉଜ୍ଜ୍ୱଳା ଯୋଜନାରେ ମହିଳାଙ୍କୁ ୧୪ କୋଟି ସିଲିଣ୍ଡର ମାଗଣାରେ ମିଳିଥିଲା । କରୋନା ଜଣାଇ ଦେଲା ଯେ ଆତ୍ମନିର୍ଭର ଜରୁରୀ’’, କହିଛନ୍ତି ରାଷ୍ଟ୍ରପତି । ଭାରତରେ ଏବେ ସବୁଠାରୁ ବଡ଼ ଟିକାକରଣ ଅଭିଯାନ ଚଳାଇଛି । ଅନ୍ୟ ଦେଶକୁ ଟିକା ପଠାଇ ଭାରତ ସାରା ବିଶ୍ୱରେ ପ୍ରଶଂସିତ ହୋଇଛି ବୋଲି ସେ କହିଛନ୍ତି ।

ସ୍ୱାସ୍ଥ୍ୟକୁ ମିଳିଛି ଗୁରୁତ୍ୱ :-

ସେହିପରି ରାଷ୍ଟ୍ରପତି ଆୟୁଷ୍ମାନ ଯୋଜନାର ପ୍ରଶଂସା କରି କହିଛନ୍ତି ଯେ ଏହି ଯୋଜନାରେ ଗରିବ ଲୋକଙ୍କୁ ମାଗଣା ଚିକିତ୍ସା ମିଳୁଛି । ସରକାର ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ବିଭିନ୍ନ ପଦକ୍ଷେପମାନ ନେଉଛନ୍ତି । ୨୦୧୪ରେ ଦେଶରେ ୩୮୭ ମେଡିକାଲ କଲେଜ ଥିଲା, ଏବେ ୫୬୨ଟି ମେଡିକାଲ କଲେଜ ଅଛି । ଦେଶରେ ଆଉ ୨୨ଟି ଏମ୍‌ସ ସ୍ଥାପନା କରାଯାଇଛି ବୋଲି କହିଛନ୍ତି ରାଷ୍ଟ୍ରପତି ।

ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ଯୋଜନା :-

ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ଅନେକ ଯୋଜନା ହାତକୁ ନିଆଯାଇଛି । ମହିଳା ଓ ଶିଶୁଙ୍କ ବିକାଶ ପାଇଁ ସରକାର ଉଦ୍ୟମ ଚଳାଇଛନ୍ତି । ୨୦୧୪ରେ ମାତୃ ମୃତ୍ୟୁହାର ଲକ୍ଷେରେ ୧୩୦ ଥିଲା, ଏବେ ୧୧୩କୁ ହ୍ରାସ ଘଟିଛି । ୫ ବର୍ଷରୁ କମ୍‌ ଶିଶୁ ମୃତ୍ୟହାର ବିଶ୍ୱରେ ୩୯, ଭାରତରେ ୩୬ ବୋଲି କହିଛନ୍ତି ରାଷ୍ଟ୍ରପତି । କରୋନା ଭଳି ମୁସ୍କିଲ ସମୟରେ ବି ଭାରତ ନିବେଶକଙ୍କ ପ୍ରଥମ ପସନ୍ଦ ରହିଛି । ଏ ସମୟରେ ୩୬ ବିଲିଅନ ଡଲାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି କହିଛନ୍ତି ରାଷ୍ଟ୍ରପତି ।

ଯବାନଙ୍କୁ ପ୍ରଶଂସା :-

ସୀମାରେ ଚୀନ୍‌ ସବୁବେଳେ ଶାନ୍ତି ଭାଙ୍ଗିବାକୁ ଚେଷ୍ଟା କରୁଛି । ଭାରତୀୟ ଯବାନ ଏହାର କଡ଼ା ଜବାବ ଦେଇଛନ୍ତି । ଯବାନମାନେ ସାହସର ସହିତ ଦେଶପାଇଁ ସୀମାରେ ଲଢ଼ୁଛନ୍ତି । ଯବାନଙ୍କ ସାହସ ପାଇଁ ରାଷ୍ଟ୍ରପତି ସେମାନଙ୍କୁ ପ୍ରଶଂସା କରିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
୭ମ ମାଁ ବସ୍ତରେନ୍ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ୍ ଉଦଯାପିତ

୭ମ ମାଁ ବସ୍ତରେନ୍ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ୍ ଉଦଯାପିତ

March 9, 2026
ଏକାମ୍ର ହାଟରେ “ସପ୍ତାହର କାରିଗର” କାର୍ଯ୍ୟକ୍ରମର ଶୁଭାରମ୍ଭ

Launch of “Craftsperson of the Week” Programme at Ekamra Haat

March 9, 2026
ଏକାମ୍ର ହାଟରେ “ସପ୍ତାହର କାରିଗର” କାର୍ଯ୍ୟକ୍ରମର ଶୁଭାରମ୍ଭ

ଏକାମ୍ର ହାଟରେ “ସପ୍ତାହର କାରିଗର” କାର୍ଯ୍ୟକ୍ରମର ଶୁଭାରମ୍ଭ

March 9, 2026
ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

March 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

୭ମ ମାଁ ବସ୍ତରେନ୍ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ୍ ଉଦଯାପିତ

୭ମ ମାଁ ବସ୍ତରେନ୍ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ୍ ଉଦଯାପିତ

March 9, 2026
ଏକାମ୍ର ହାଟରେ “ସପ୍ତାହର କାରିଗର” କାର୍ଯ୍ୟକ୍ରମର ଶୁଭାରମ୍ଭ

Launch of “Craftsperson of the Week” Programme at Ekamra Haat

March 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version