No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୮ ଜାନୁୟାରୀ ଗୁରବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବେରୁଆଁ ବାରୀ ପଞ୍ଚାୟତ ବନ୍ଧାଭୂଇଁ ଗ୍ରାମ ରେ ଅଙ୍ଗନୱାଡ଼ି କେନ୍ଦ୍ର,ଉଚ୍ଚ ବିଦ୍ୟାଳୟ ପାକଶାଳା ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଅଙ୍ଗନୱାଡ଼ି କେନ୍ଦ୍ର ଓ ପାକ ଶାଳା ଉଦ୍ଘାଟନ କରିଥିଲେ ।

ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ,ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍,ବିଡ଼ିଓ ପ୍ରମୋଦ କୁମାର ଦଳ ବେହେରା,ବିଜେଡ଼ି ସଭାପତି ସନାତନ ସାମଲ, ଉପ ସଭାପତି ମୂରଲୀଧର ଜେନା,ସ୍ଥାନୀୟ ସରପଞ୍ଚ ,ସମିତି ସଭ୍ୟା,

ବାହାଡ ଝୋଲା ସମିତି ସଭ୍ୟା ଛବି ରାଣୀ ସାହୁ,ସଙ୍କୀର୍ତ୍ତନ ମଣ୍ଡଳୀ ସମ୍ପାଦକ ଗୋଲଖ ବିହାରୀ ଗୋଚ୍ଛାୟତ,ରବୀନ୍ଦ୍ର ସାହୁ ,ପଞ୍ଚାୟତ ବିଜେଡ଼ି ସଭାପତି ପ୍ରମୁଖ ଯୋଗଦେଇଥିଲେ । ଗ୍ରାମବାସୀ ଓ ନୂଆଗାଁ ବ୍ଲକ୍ ର ବିଭିନ୍ନ ସଙ୍କୀର୍ତ୍ତନ ମଣ୍ଡଳୀ ଦ୍ୱାରା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।(ଦଶପଲ୍ଲା ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)
No Result
View All Result