No Result
View All Result
ମ୍ୟୁନିସପାଲିଟି ଅଞ୍ଚଳ ଗୁଡ଼ିକ ରେ ରହିବନି ଆଉ ଜଳ ସମସ୍ୟା ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କରିବେ ଦୂର ।
ଓଡ଼ିଶା ତାଜା ନ୍ୟୁଜ୍ (୨୮ ଜାନୁୟାରୀ ଗୁରବାର ) ଭୁବନେଶ୍ୱର /ଅଭିମନ୍ୟୁ ମହାରଣା :- ଜଗତସିଂପୁର , କେନ୍ଦ୍ରାପଡା ଜିଲ୍ଳା ର ସମସ୍ତ ପୌରାଞ୍ଚଳ ଗୁଡିକରେ ପିଇବା ପାଣି କୁ ନେଇ ଥିବା ଅଭାବ ଅନଟନ କୁ ଦୂର କରିବା ପାଈଁ ଅଣ୍ଟା ଭିଡିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ସ୍ଥାନୀୟ କେତେକ ଅଞ୍ଚଳ ରେ ପାନୀୟ ଜଳ ଯୋଗାଇ ଦେବା ପାଈଁ ମନ୍ତ୍ରୀ ଶ୍ରୀ ଜେନା ଙ୍କ ତତ୍ଵାବଧାନ ରେ ଆଜି ଲୋକସେବା ଭବନ ରେ ଥିବା ମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଈଛି ।
ଏବଂ ସେହି ବୈଠକ ରେ ମ୍ୟୁନିସିପାଲିଟି ଅଞ୍ଚଳ ଗୁଡ଼ିକ ରେ ଥିବା ଲୋକ ଙ୍କ ଅସୁବିଧାର ସମାଧାନ ପାଈଁ ପାନୀୟ ଜଳ ଯୋଗାଣ ର ସୁବିଧା ତଥା ଏକ ଜଳ ଭଣ୍ଡାର କାର୍ଯ୍ୟକ୍ରମ ଶୁଭାରମ୍ଭ କରିବା ଦିଗରେ ଦେଖାଇଛନ୍ତି ତତ୍ପରତା । ଖରା ଦିନ ରେ ସ୍ଥାନୀୟ ଅଞ୍ଚଳରେ ପାନୀୟ ଜଳ ର ଅଭାବ କୁ ଆଖି ଆଗରେ ରଖି ଏବଂ ଆଗକୁ ପୋୖର ନିର୍ବାଚନ ପାଈଁ ଏଭଳି ଏକ ବଡ଼ ପଦକ୍ଷେପ ବହନ କରିଛନ୍ତି ମନ୍ତ୍ରୀ ଶ୍ରୀ ଜେନା ।
No Result
View All Result