No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୮ ଜାନୁୟାରୀ ଗୁରବାର ) ପଦ୍ମପୁର :- ଆସନ୍ତା ୨୯ ତାରିଖ ଦିନ ପଦ୍ମପୁରରେ ଭାରତୀୟ ଜନତା ପାର୍ଟି ଆହ୍ବାନ ରେ କୃଷକ ଅଧିକାର ରେଲି ଓ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସାମନାରେ ଗଣ ଧାରଣା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ପାଇକମାଲ ଠାରେ ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ଉପଖଣ୍ତ ରେ ମଣ୍ତି ମାନଙ୍କ ରେ ପଡି ରହିଥିବା ଧାନ ତୁରନ୍ତ ଉଠାଇବା,ଲେପ୍ସ ହୋଇ ଯାଇଥିବା ଚାଷୀଙ୍କ ଟୋକନକୁ ରିଜେନେରେଟ୍ କରିବା ,ମଣ୍ତିରେ ଚାଷୀ ଙ୍କ ଧାନ କୁ ୮.୧୦ କେ:ଜି କଟନ୍ ଛଟନି ବନ୍ଦ କରିବା,ଚାଷୀଙ୍କୁ ବସ୍ତା,ସୁତୁଳି ଓ ପରିବହନ ଖର୍ଚ୍ଚ ଯୋଗାଇ ଦେବା,” ପ୍ରଧାନ ମନ୍ତ୍ରୀ କିଶାନ ସମ୍ମାନ ନିଧି ” ପାଇଁ ଓଡିଶା ର ଯୋଗ୍ଯ ଚାଷୀ ମାନଙ୍କ ନାମ ତାଲିକା କେନ୍ଦ୍ର କୁ ପଠାଇବା ଆଦି ଦାବି କୁ ନେଇ ପଦ୍ମପୁରରେ କୃଷକ ଅଧିକାର ରେଲୀ ର ଆୟୋଜନ କରାଯାଇଛି ।

ଏହି ଆନ୍ଦୋଳନରେ ବହୁ ସଂଖ୍ୟାରେ ଚାଷୀ ସାମିଲ ହେବା ପାଇଁ ବିଜେପି ଆହ୍ବାନ ଦେଇଛି । ଏହି ପ୍ରସ୍ତୁତି ବୈଠକ ରେ ବିଜେପି ର ବରିଷ୍ଠ ନେତା ଶ୍ରୀ ଗୋବର୍ଦ୍ଧନ ଅଗ୍ରୱାଲ,ସରୋଜ ସାମଲ, ପାଇକମାଲ ବ୍ଲକ ସାଂସଦ ପ୍ରତିନିଧି ବଳରାମ ସାହୁ, ପାଇକମାଲ ମଣ୍ତଳ ସଭାପତି କୈଲାସ ଦିଶ୍ରୀ, ମାଣ୍ତୋସିଲ ମଣ୍ତଳ ସଭାପତି ସଂଜୟ ବେହେରା, ଜଗଦଳପୁର ମଣ୍ତଳ ସଭାପତି ହରେକୃଷ୍ଣ ପଟେଲ, ଲଖମରା ମଣ୍ତଳ ସଭାପତି ଭୀଷ୍ମଦେବ ସାହୁ, ଝାରବନ୍ଦ ମଣ୍ତଳ ସଭାପତି ମିଳନ ପାଣ୍ତେ,ମୈତୀ ପ୍ରଧାନ ଓ ସକ୍ରିୟ କାର୍ଯ୍ୟକର୍ତ୍ତା ଶ୍ରୀ ଯୋଗିରାମ ଭୋଇ,ନିତ୍ଯାନନ୍ଦ ହୋତା,ରାଜେନ୍ଦ୍ର ସେଠ,ସତ୍ଯ ନାରାୟଣ ବେହେରା,ଡା ଲମ୍ବୋଦର ପଣ୍ତା ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଏହି ବୈଠକରେ ଦିଲ୍ଲୀ ରେ ଜାନୁଆରୀ ୨୬ ତାରିଖ ଦିନ କୃଷକ ମାନଙ୍କ ନାମରେ ଜାତୀୟ ପତାକା କୁ ଅସମ୍ମାନ ପ୍ରଦର୍ଶନ ଓ ଯେଉଁ ତାଣ୍ତବ ରଚାଗଲା ତାକୁ ଦୃଢ ନିନ୍ଦା କରାଯାଇଥିଲା । (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result