No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୨୮ ଜାନୁୟାରୀ ଗୁରବାର ) ରଣପୁର :- ରଣପୁର ବ୍ଲକର ସମସ୍ତ ଶିକ୍ଷା ଅନୁଷ୍ଠାନଗୁଡିକରେ ସାଧାରଣ ତନ୍ତ୍ର ଦିବସ ପାଳନ କରୁଥୁବା ବେଳେ ଶିକ୍ଷା ଅନୁଷ୍ଠାନଗୁଡିକ ମଧ୍ୟ ଏଥିରୁ ବାଦ ପଡି ନାହିଁ l ଏହି ଅବସରରେ ରଣପୁର ବ୍ଲକର ସମସ୍ତ ଶିକ୍ଷା ଅନୁଷ୍ଠାନଗୁଡିକରେ ମଧ୍ୟ ଏହି ଦିବସ ପାଳିତ ହୋଇ ଯାଇଛି l

କରୋନା ଯୋଗୁଁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପୂର୍ବ ଭଳି ଛାତ୍ରଛାତ୍ରୀମାନେ ଯୋଗ ଦେଇ ନ ଥିଲେ l କେବଳ ଶିକ୍ଷକ ଶିକ୍ଷୟତ୍ରୀମାନେ ବିଦ୍ୟାଳୟକୁ ଯାଇ ଏହି ଦିବସ ପାଳନ କରିଥିବା ଦେଖିବାକୁ ମିଳିଛି l

ବି.ସି. ନୋଡାଲ ଉଚ୍ଚ ବିଦ୍ୟାଳୟ, ସାନଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପାମ୍ପଡା ପ୍ରାଥମିକ ବିଦ୍ୟାଳୟ, ନୀଳକଣ୍ଠ ଦେବ ପ୍ରାଥମିକ ବିଦ୍ୟାଳୟ, ମଝିଆଖଣ୍ଡ ଉଚ୍ଚ ବିଦ୍ୟାଳୟ, ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟ, ବିଲଗାଡ଼ିଆ ପ୍ରାଥମିକ ବିଦ୍ୟାଳୟ, ମନ୍ଦାକିନୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ସୁଆଁସିଆ ସାହି ପ୍ରାଥମିକ ବିଦ୍ୟାଳୟ ସହିତ ବ୍ଲକର ସମସ୍ତ ବିଦ୍ୟାଳୟଗୁଡିକରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉ ଥିବା ଦେଖିବାକୁ ମିଳି ଥିଲା l

(ରଣପୁର ପ୍ରିୟମ୍ବଦା ମହାପାତ୍ର )
No Result
View All Result