No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୮ ଜାନୁୟାରୀ ଗୁରବାର ) ଭଞ୍ଜନଗର :- ସାରା ଦେଶ ୭୨ତମ ସାଧାରଣ ଦିବସ ପାଳନ କରୁଛି। ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସଠାରୁ ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ଭିନ୍ନ ହୋଇଛି । ସାରା ବିଶ୍ୱରେ ବ୍ୟାପିଥିବା ମହାମାରୀ କାରଣରୁ ଏପରି ହୋଇଛି । ଏହି ଅବସରରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ସାଧାରଣ ଦିବସ ପାଳିତ ହୋଇଯାଇଛି l କାର୍ଯ୍ୟସୂଚୀ ଅନୁଯାୟୀ ସକାଳ 6 ଘଟିକା ସମୟରେ ରାମଧୁନ ଗାନ କରାଯାଇଥିଲା l

ଏହା ପରେ ସକାଳ 7.30 ମିନିଟ ରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ସରୋଜିନୀ ବରାଇ ଜାତୀୟ ପତାକା ଉତୋଳନ କରିଥିଲେ l ଅଧ୍ୟକ୍ଷା ଡ଼ଃ ବରାଇ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ କିଛି ବକ୍ତବ୍ୟ ରଖିଥିଲେ l ଏହି ପବିତ୍ର ଦିବସ ଅବସରରେ ମହାବିଦ୍ୟାଳୟର ପ୍ରାଚୀର ପତ୍ର “ଲାବଣ୍ୟ” ଉନ୍ମୋଚନ କରାଯାଇଥିଲା l

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଫେସର କମ୍ବୁପାଣି ସାମନ୍ତ, ମୁଖ୍ୟ ବକ୍ତା ଭାବେ ପ୍ରଶାନ୍ତ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ କରୁଣାକର ମଲ୍ଲିକ, ଅଶ୍ୱିନୀ କୁମାର ସାହୁ, ତ୍ରିନାଥ ବଳାଇ ମୁଣ୍ଡା, ଅଧ୍ୟାପିକା ସୁହାନା ବେଗମ, ବାଣୀ ବନ୍ଦନା ବିଶ୍ୱାଳ, ସରିତାରାଣୀ ମହାନ୍ତିଙ୍କ ସହ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ l (ରଣପୁର ପ୍ରିୟମ୍ବଦା ମହାପାତ୍ର )
No Result
View All Result