No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୮ ଜାନୁଆରୀ ଗୁରୁବାର ) ଓଡ଼ଗାଁ :- ଟ୍ରାକ୍ଟର ସହ ପାଳଗଦା ଓ ଧାନଗଦାରେ ଲାଗିଲା ନିଆଁ । ହୁତୁହୁତୁ ହେଇ ଜଳିଲା ଧାନଗଦା ସହ ପାଳଗଦା । ଓଡ଼ଗାଁ ଅଧିନସ୍ଥ ଗୋଡିପଲ୍ଲୀ ରେ ଘଟିଛି ଘଟଣା ।

ସୂଚନା ଅନୁସାରେ , ଆଜି ସକାଳୁ ଗୋଡିପଲ୍ଲୀ HP ପେଟ୍ରୋଲ ପମ୍ପ ସାମ୍ନା ରେ ଜାମୁସାହି ର ତ୍ରିନାଥ ଡାକୁଆଙ୍କ ଧାନ ବେଙ୍ଗଳା ପକାଉଥିବା ବୁଢାପଦାର ଏକ ଟ୍ରାକ୍ଟର ଗାଡ଼ିରେ ହଠାତ୍ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯିବାରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି ।

ଖବର ପାଇ ଓଡ଼ଗାଁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିବାର ସୂଚନା ମିଳିଛି । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result