ଭୁବନେଶ୍ୱର (ଓଡିଶା ତାଜା ନିଉଜ ) ବିଧାନସଭା ୩୦ ଜାନୁଆରୀ ୨୦୨୦ ସୂଚନା ଓ ଲୋକ ସଂପର୍କ ବିଭାଗ ଆନୁକୂଲ୍ୟରେ ଆଜି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧଦିବସ ତଥା ରାଜ୍ୟସ୍ତରୀୟ ଶହୀଦ ଦିବସ ପାଳିତ ହୋଇଯାଇଛି ।
ଏହି ଉପଲକ୍ଷେ ବିଧାନସଭା ପରିସରରେ ଏକ ଶ୍ରଦ୍ଧାଞ୍ଜଳି ତଥା ପ୍ରାର୍ଥନା ସଭାଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଓଡ଼ିଶାର ରାଜ୍ୟ ପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ ବିଧାନସଭା ପ୍ରାଙ୍ଗଣରେ ସତ୍ୟ ଓ ଅହିଂସାର ପୂଜାରୀ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ, ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ,
ବିଧାନସଭାର ମାନ୍ୟବର ସଦସ୍ୟ ଶ୍ରୀ ପ୍ରଫୁଲ୍ଲ ସାମଲ, ଶ୍ରୀ ରାଜେନ୍ଦ୍ର ଢୋଲକିଆ, ଶ୍ରୀ ରାଜକିଶୋର ଦାସ, ସ୍ୱାଧିନତା ସଂଗ୍ରାମୀ, ସୂଚନା ଓ ଲୋକ ସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତ ପଥୀ, ଭୁବନେଶ୍ୱର-କଟକ ପୁଲିସ କମିଶନର ଶ୍ରୀ ସୁଧାଶୁ ଷଡଙ୍ଗୀ, ଅତିରିକ୍ତ କମିଶନର ଶ୍ରୀ ଅନୁପ କୁମାର ସାହୁ, ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର, ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ନିରଞ୍ଜନ ସେଠୀ, ଉତ୍କଳ ସମିଳନୀର କର୍ମକର୍ତ୍ତା ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏହି ମହାନ ବର ପୁତ୍ରଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
ସୂଚନା ଓ ଲୋକ ସଂପର୍କ ବଭି ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବିପିନ ବିହାରୀ ବାରିକୀ, ଶ୍ରୀ ବରଦା ପ୍ରସନ୍ନ ଦାସ, ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀ ସନ୍ତୋଷ କୁମାର ଦାସ, ସହକାରୀ ନିର୍ଦ୍ଦେଶକ (ରଚନା) ଶ୍ରୀ ବିଶ୍ୱଜିତ ଦାସ, ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ମାନସ ରଞ୍ଜନ ଖୁଣ୍ଟିଆ ଏବଂ ମୁଖ୍ୟ ପରିଚାଳନା ଅଧିକାରୀ (ଆର୍ଟିଆଇ) ଶ୍ରୀ ବସନ୍ତ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ପାଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଂଗୀତ ବାଦନ ସହ ଶହୀଦମାନଙ୍କ ସମ୍ମାନାର୍ଥେ ପୋଲିସ୍ ବାହିନୀ ଦ୍ୱାରା ସମ୍ମାନ ପ୍ରଦର୍ଶନ କରାଯାଇଥିଲା ।
ଏହା ପରେ ତୋପଧ୍ଵନି, ଶହୀଦମାନଙ୍କ ସମ୍ମାର୍ଥେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇ ଥିଲା । ଏହି ଅବସରରେ ଓଡ଼ିଶା ପୋଲିସ ବ୍ୟାଣ୍ଡ ଦ୍ୱାରା ରାମଧୂ ପରିବେଷଣ କରାଯାଇଥିଲା । ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର କଳାକାର ମାନେ ଗାନ୍ଧିଜୀଙ୍କ ଆଶ୍ରମ ଭଜନ ପରିବେଷଣ କରିଥିଲେ । ସୂଚନା ଅଧିକାରୀ ଶ୍ରୀମତୀ ସୁଚେତା ପି୍ରୟଦର୍ଶିନୀ କାର୍ଯ୍ୟକ୍ରମଟିକୁ ସେଂଯାଜନା କରିଥିଲେ । ସନ୍ଧ୍ୟା ୬ ଘଟିକା ବେଳେ ବିଶିଷ୍ଟ କଣ୍ଠଶିଳ୍ପୀ ସୁବାସ ଦାଶ ଓ ସାଥି କଳାକାରଙ୍କ ଦ୍ୱାରା ଦେଶାତ୍ମବୋଧକ ସଂଗୀତ ଜୟଦେବ ଭବନରେ ପରିବେଷଣ ହେବ ।