No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୭ ଜାନୁଆରି ,ବୁଧବାର ) ନୟାଗଡ :- ନୟାଗଡ ଜିଲ୍ଲା ବିଭିନ୍ନ ବ୍ଲକ୍ ର ଆଦିବାସୀ ଓ ହରିଜନ ଶିକ୍ଷକ ମାନଙ୍କ ଉପସ୍ଥିତିରେ ଆଦିବାସୀ ଓ ହରିଜନ ଶିକ୍ଷକ ସଂଘର ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ନିର୍ବାଚନ ପାଇଁ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଣିଆ ବ୍ଲକ ବରିଷ୍ଠ ଶିକ୍ଷକ ସୁରେଶ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକ ରେ ରାଜ୍ୟ ସଂଘର ସାଧାରଣ ସମ୍ପାଦକ ନୀଳମଣି ବେହେରା ଙ୍କ ଉପସ୍ଥିତିରେ ଜିଲ୍ଲା ସ୍ତରୀୟ ନୂତନ କର୍ମକର୍ତ୍ତା ଭାବେ ମନୋନୀତ କରାଯାଇଥିଲା ।
ଜିଲ୍ଲା ସ୍ତରୀୟ ଆଦିବାସୀ ଓ ହରିଜନ ଶିକ୍ଷକ ସଂଘର ସଭାପତି ଭାବେ ସୁରେଶ ଚନ୍ଦ୍ର ସେଠୀ,ଉପ ସଭାପତି ଶ୍ରୀଧର ସେଠୀ,ବଳରାମ ବେହେରା,କାର୍ଯ୍ୟକାରୀ ସଭାପତି ସୁକୁମାର ମଳିକ,ସମ୍ପାଦକ ଗତିକୃଷ୍ଣ ପ୍ରଧାନ,ସାଙ୍ଗଠନିକ ସମ୍ପାଦକ ଅନ୍ତର୍ଯ୍ୟାମୀ ନାୟକ,ସହ ସମ୍ପାଦକ ବିକାଶ ଚନ୍ଦ୍ର ସେଠୀ, କୋଷାଧ୍ୟକ୍ଷ ନରେନ୍ଦ୍ର କୁମାର ବେହେରା,ଉପଦେଷ୍ଟା ନୀଳମଣି ବେହେରା, କୁଳମଣି ପ୍ରଧାନ,ସୁରେଶ ଚନ୍ଦ୍ର ବେହେରା,ରାଜ୍ୟ ପ୍ରତିନିଧି ସଞ୍ଜୟ କୁମାର ବେହେରା,ସୁବାସ ଚନ୍ଦ୍ର ବେହେରା,ନୀଳମଣି ବେହେରା,ହିସାବ ସମୀକ୍ଷକ ମନୋଜ ବେହେରା,ଅକ୍ଷୟ କୁମାର ନାୟକ,ଏବଂ ସମ୍ବାଦ ସଂଯୋଜକ ଭାବେ ରବି ନାରାୟଣ ଘଡ଼େଇ,ଓ ନବକିଶୋର ବେହେରା ମନୋନୀତ ହୋଇଥିଲେ ।
ନବ ମନୋନୀତ ସଭାପତି ସୁରେଶ ଚନ୍ଦ୍ର ସେଠୀ ଓ ରାଜ୍ୟ ସମ୍ପାଦକ ନୀଳମଣି ବେହେରା ସଂଘ ଗଠନ ର ଉଦ୍ଦେଶ୍ୟ ଓ ଆଗାମୀ ଦିନର କାର୍ଯ୍ୟ ପନ୍ଥା ସମ୍ପର୍କରେ ବର୍ଣ୍ଣନା କରିଥିଲେ ।ପରିଶେଷରେ ସମ୍ପାଦକ ଗତିକୃଷ୍ନ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ପରିଚାଳନା ସଭାପତି ସୁରେଶ ଚନ୍ଦ୍ର ବେହେରା ସମ୍ବୋଧିତ କରିବା ସହ ସଭା ସାଙ୍ଗ କରିଥିଲେ ।(ଦଶପଲ୍ଲା/ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ )
No Result
View All Result