No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୭ ଜାନୁଆରି ,ବୁଧବାର ) ବରଗଡ଼ :- ବରଗଡ଼ ସାମ୍ବାଦିକ ସଂଘ ଆନୁକୂଲ୍ୟରେ ସଂଘ ଅଫିସ ପରିସରରେ ଆୟୋଜିତ ୪ ଦିନିଆ ସର୍ବଭାରତୀୟ ସ°ଚାର ସମ୍ମିଳନୀ ଆଜି ଉଦଯାପିତ ହୋଇ ଯାଇଛି । ଏଥିରେ ପଶ୍ଚିମ ଓଡ଼ିଶା ଏବଂ ଛତିଶଗଡ଼ର ଅଞ୍ଚଳ ଶତାଧିକ କଳାକାର ଅଂଶ ଗ୍ରହଣ କରିଥିଲେ । ଉଦଯାପନୀ ସନ୍ଧ୍ୟାରେ ବରଗଡ଼ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ବିଲୁପ୍ତ ପ୍ରାୟ ଏହି ଲୋକ କଳା ଓ କଳାକାର ମାନଙ୍କୁ ଏକାଠି କରିବା ସାମ୍ବାଦିକ ସଂଘ ର ଭଲ ଉଦ୍ୟମ ଅଟେ ବୋଲି କହିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ , ଅଧ୍ୟାପକ ମୋହନ ସାହୁ ମଞ୍ଚାସୀନ ଥିଲେ । ସଂଘ ଉପ ସଭାପତି ଉମେଶ ବିଶ୍ବାଳ ସଭା ପରିଚାଳନା କରିଥିଲେ ଏବଂ ସମ୍ପାଦକ ରବି ନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼ )
No Result
View All Result