No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୭ ଜାନୁଆରି ,ବୁଧବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଘୋରଣି ନିକଟସ୍ଥଏକ ଆମ୍ବ ତୋଟାରେ ପଡି ରହିଥିବା ଅଚିହ୍ନା ବ୍ୟକ୍ତିଙ୍କ ଗଳିତ ଶବକୁ ନେଇ ପୋଲିସ ଓ ସାଇଣ୍ଟିଫିକ୍ ଟିମର ତନାଘନା ତଦନ୍ତ ଆରମ୍ଭ ହୋଇଛି । ଘଟଣାରୁ ପ୍ରକାଶ , ଗୁରାଣ୍ଡି ଥାନା ଅଧିନରେ ଥିବା ଘୋରଣୀ ଗ୍ରାମ ନିକଟସ୍ଥ ଆମ୍ବ ତୋଟା ରେ ଗତକାଲି ଏକ ଗଳିତ ଶବ ପଡିଥିବା ଖବର ପୋଲିସ ଠାରେ ପହଞ୍ଚି ଥିଲା । ଗୁରାଣ୍ଡି ଥାନା ଅଧିକାରିଣୀ ମମତା ପଣ୍ଡା ଏ ନେଇ ଗତକାଲି ଘଟଣା ସ୍ଥଳ ଅନୁଧ୍ୟାନ କରିବା ପରେ ସାଇଣ୍ଟିଫିକ୍ ଟିମକୁ ତଦନ୍ତ ପାଇଁ ଡକାଇ ଥିଲେ ଆଜି ଏହି ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଅନୁସନ୍ଧାନ ଜାରି ରଖିଛନ୍ତି । ଏ ନେଇ ଗୁରାଣ୍ଡି ଥାନାରେ ଏକ ମକଦ୍ଦମା ରୁଜୁ ହୋଇଛି । ସାଇଣ୍ଟିଫିକ୍ ଟିମ୍ ତଦନ୍ତ ସରିବା ପରେ ସମସ୍ତ ତଥ୍ୟ ଲୋକଲୋଚନକୁ ଆସିବ ବୋଲି ସୁଚନା ମିଳିଛି । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result