No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୬ ଜାନୁଆରି, ମଙ୍ଗଳବାର ) ରଣପୁର /ଅଭିମନ୍ୟୁ :- ଓଡିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ରଣପୁର ପରିଚିତ । କିନ୍ତୁ ରାଜ୍ୟ ସରକାର ଓଡିଶାର ଅନ୍ୟମନ୍ଦିର ଗୁଡିକୁ ଗୁରୁତ୍ୱ ଦେଉଥିବାବେଳେ ଏହି ପୁରାତନ ଜଗନ୍ନାଥ ମନ୍ଦିର ପ୍ରତି ଅବହେଳା କରାଯାଉଥିବା ଅଭିଯୋଗ ହେଉଥିଲା । ୬୦୦ ବର୍ଷ ରୁ ଉର୍ଦ୍ଧ ଏହି ମନ୍ଦିର ନିର୍ମାଣ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଓ ପ୍ରତ୍ନତତ୍ୱ ବିଭାଗ ଏହି ମନ୍ଦିର ପ୍ରତି ଗୁରୁତ୍ୱ ଦେଉନଥିଲେ । ଏସମ୍ପର୍କରେ ମନ୍ଦିର ପ୍ରଶାସନ ତରଫରୁ ଉଚ୍ଚ କତୃପକ୍ଷଙ୍କ ଠାରେ ଅଭିଯୋଗ ହୋଇଥିଲା ।
ଆଜି ସନ୍ଦ୍ୟାରେ ପୃତବିଭାଗ ସଚିବ ତ୍ରୀସନ କୁମାର , ନୟାଗଡ ଜିଲ୍ଲାପାଳ ଡଃ ପୁମା ଟୁଡୁ , ପୃତ ବିଭାଗର ଏସିି ଆଶିଷ କୁମାର ସୁବୁ୍ଦ୍ଦି , ମନ୍ଦିର ମୁଖ୍ୟ କାର୍ଯ୍ୟନିର୍ବାହି ଅଧିକାରୀ ତଥା ତହସିଲଦାର ସଞୟ କୁମାର ସାମନ୍ତରା ପ୍ରମୁଖ ମନ୍ଦିର ଆସି ଶ୍ରୀ ଜୀଉ ଙ୍କୁ ଦର୍ଶନ କରବାସହ ମନ୍ଦିର ପରିସର ବୁଲି ବିଭିନ୍ନ ଅଭାବ ଅସୁବିଧା ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ମନ୍ଦିର ମ୍ୟାନେଜର ରମେଶ ଚନ୍ଦ୍ର ପ୍ରଧାନ ମନ୍ଦିର ର ବିଭିନ୍ନ ଅଭାବ ଅସୁବିଧା ସମ୍ପର୍କରେ ପ୍ରକାଶ କରିବାସହ ମୁଖ୍ୟ ମନ୍ଦିର ର କେତୋଟି ଜାଗାରେ ପାଣି ଗଳୁଥିବା ପ୍ରକାଶ କରିଥିଲେ ।
ଆସିଥିବା ଉଚ୍ଚକତୃପକ୍ଷ ଙ୍କୁ ମ୍ୟନେଜର ଶ୍ରୀ ପ୍ରଧାନ ମନ୍ଦିରର ଇତିହାସ ଶ୍ରୀ ଜୀଉ ଙ୍କ ମହିମା ସମ୍ପର୍କରେ ଟିକିନିଖୀ ତଥ୍ୟ ଦେଇଥିଲେ । ଏହି ଗ୍ରସ୍ତ ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଏନ. .ଏସି. କାର୍ଯ୍ୟନିର୍ବାହି ଅଧିକାରୀ ତାପସ ବିଶି ,ସେବାୟତ ସଂଗର ସଂପାଦକ ଗଂଗୁ ମହାପାତ୍ର ,ତିନିରଥର ମୁଖ୍ୟ ମହାରଣା କବିରାଜ ମହାରଣା ଓ ଅନ୍ୟାନ ଭକ୍ତ ମାନେ ଉପସ୍ଥିତ ଥିଲେ ।
No Result
View All Result