ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ଜାନୁଆରୀ ସୋମବାର ) ଓଡ଼ଗାଁ :- ଆଜି ହେଉଛି ୭୨ତମ ସାଧାରଣତନ୍ତ୍ର ଦିବସ । କୋଭିଡ୍ କଟକଣା ଭିତରେ ଆଜି ସାରା ଦେଶରେ ପାଳନ କରାଯାଇଛି ସାଧାରଣତନ୍ତ୍ର ଦିବସ । ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଦେଶରେ ସମ୍ବିଧାନ ପ୍ରଣୟନ କରାଯାଇଥିଲା ।
ସେହି ଦିନକୁ ରାଷ୍ଟ୍ରୀୟ ଉତ୍ସବ ଭାବେ ପାଳନ କରାଯାଉଛି । ଓଡ଼ଗାଁ ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଓଡ଼ଗାଁ ଆଦର୍ଶ ଥାନା ସମ୍ମୁଖ ରେ ଆଜି ଗଣତନ୍ତ୍ର ଦିବସ ପାଳିତ ହେବା ସଙ୍ଗେ ସଙ୍ଗେ ଓଡ଼ଗାଁ ପୋଲିସ ଷ୍ଟେସନ ପକ୍ଷରୁ
ଓଡ଼ଗାଁ କଲ୍ୟାଣୀ ମଣ୍ଡପ ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି ଏବଂ ୪୨ ୟୁନିଟ ରକ୍ତ ସଂଗ୍ରହ ହୋଈଛି । ଏହି ରକ୍ତ ଦାନ ଶିବିର ରେ ପୋଲିସ ଷ୍ଟେସନ ର ଥାନା ଆଇ ଆଇସି ପ୍ରଜ୍ଞା ପରମିତା ଜେନା ଙ୍କ ସମେତ ଥାନା ର ସମସ୍ତ ଅଧିକାରୀ ଯୋଗ ଦେଇଥିଲେ ।