No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ଜାନୁଆରୀ ସୋମବାର ) ବରଗଡ଼ :- ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି.ପ୍ରକାଶ ରାଓ ଏବଂ ଜଣେ ପରୋପକାରୀ ମଣିଷ ତଥା ନିଷ୍ଠାବାନ କର୍ମଚାରୀ ପ୍ରଫୁଲ୍ଲ ବେହେରାଙ୍କ ସ୍ମୃତି ରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସସରେ ସାହୁଟିକ୍ରା,ତୋରା ଠାରେ ଟିମ୍ ନିଷ୍ଠା ସାହୁଟିକ୍ରା ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଶ୍ରୀଯୁକ୍ତ କୃତିବାସ ରାଉତ ପ୍ରକଳ୍ପ ନିର୍ଦ୍ଦେଶକ,ବରଗଡ ମୁଖ୍ଯ ଅତିଥି ଭାବରେ ଯୋଗଦେଇ ଶିବିର କୁ ଫିତାକାଟି ଉଦ୍ଘାଟନ କରିଥିଲେ ।

ଏହି ଶିବିର ରେ ସର୍ବମୋଟ ୩୮ୟୁନିଟ ରକ୍ତ ବରଗଡ ରକ୍ତ ଭଣ୍ଡାର ଦ୍ବାରା ସଂଗୃହୀତ ହୋଇଥିଲା । ଏହି ଅବସରରେ ନିଷ୍ଠା ପରିବାର ର ଉପଦେଷ୍ଟା ଦୁର୍ବାଦଳ ଷଢଙ୍ଗୀ, ସଂପାଦକ ଅଶ୍ବିନୀ ତ୍ରିପାଠୀ,କୋଷାଧକ୍ଷ ଶ୍ୟାମ ସୁନ୍ଦର ସାହୁ,ସହ ସଂପାଦକ ଲୋକନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼ )
No Result
View All Result