No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୨୬ ଜାନୁଆରି, ମଙ୍ଗଳବାର ) ନୟାଗଡ଼ :- ନୟାଗଡ଼ ସଦରମହକୁମାରେ ଅବସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ୭୨ତମ ଗଣତନ୍ତ୍ର ଦିବସ ବିଦ୍ଯାଳୟର ସଂପାଦକ ଶ୍ରୀଧର ସାହୁଙ୍କ ନେତୃତ୍ବରେ କୋଭିଡ୍ ୧୯ ନିୟମକୁ ପାଳନ କରି ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ବନଖଣ୍ଡ ଅଧିକାରୀ,

ନୟାଗଡ଼ ଶ୍ରୀଯୁକ୍ତ ଧନରାଜ ଏଚ. ଡି. ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଦେଶର ସୁସାଶାନ ପାଇଁ ଯେପରି ସଂବିଧାନ ପ୍ରଣୟନ କରାଯାଇଛି,ସେହିପରି ପ୍ରତ୍ଯେକ ମନୁଷ୍ଯର ଉତ୍ତମ ଜୀବନ ଗଠନ ପାଇଁ ମଧ୍ଯ ଏକ ନୀତିନିୟମ ପୂର୍ଣ୍ଣ ସଂବିଧାନ ରହିଛି ।

ଆମେ ପ୍ରତ୍ଯେକ ଯଦି ଏହି ସଂବିଧାନକୁ ମାନି ଚଳିବା ତେବେ ଆମ ଦେଶ ରାମରାଜ୍ୟରେ ପରିଣତ ହୋଇଯିବ ବୋଲି ସେ କହିଥିଲେ। ଏହାପରେ ସହର ଓ ଗାଁ ପରିକ୍ରମା ପାଇଁ ମହାପୁରୁଷ ମାନଙ୍କ ପ୍ରତିଛବି ସୁସଜ୍ଜିତ ଏକ ଶୋଭାଯାତ୍ରା ରଥକୁ ମୁଖ୍ଯ ଅତିଥି ପତାକା ଦେଖାଇ ଉଦଘାଟନ କରିଥିଲେ ।

ଉକ୍ତ ଶୋଭାଯାତ୍ରା ନୟାଗଡ଼ ସହର ପରିକ୍ରମା କରିବା ସହିତ ଭାଟସାହି ଓ ମୁଥାଗାଡିଆ ଗ୍ରାମ ପଞ୍ଚାୟତର ପ୍ରତ୍ଯେକ ଗାଁ ଗୁଡିକୁ ବୁଲିଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ଯାଳୟର ଯୁଗ୍ମ ସଂପାଦକ ସନ୍ତୋଷ କୁମାର ନାୟକ ଓ ସମସ୍ତ ଗୁରୁଜୀ ଗୁରୁମା ମାନେ ସହଯୋଗ କରିଥିଲେ। (ରିପୋର୍ଟ -ରାମକୃଷ୍ଣ ରଥ)

No Result
View All Result