No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ଜାନୁଆରୀ ସୋମବାର ) ବରଗଡ଼ :- ବରଗଡ଼ ପୁରୁଣା ହସ୍ପିଟାଲ ସ୍ଥାନାନ୍ତରିତ ହେବାର ଗୋଟିଏ ବର୍ଷ ଫେବୃଆରୀ ୧ ରେ ପୂରଣ ହେବ କିନ୍ତୁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂର୍ଣ୍ଣାଙ୍ଗ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ( ସିଏଚ୍ ସି ) ଏପର୍ଯ୍ୟନ୍ତ ହୋଇନାହିଁ ବୋଲି ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି । ଅନ୍ୟ ପଟେ ୭୨ ତମ ଗଣତନ୍ତ୍ର ଦିବସ ସମାରୋହ ରେ ଅତିଥି ହେବା ପାଇଁ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାଶ ଆସୁଥିବାରୁ, ବରଗଡ ବାସୀ ଙ୍କ ସମ୍ମୁଖରେ ଉତ୍ତର ରଖନ୍ତୁ ଓ କେତେ ଦିନ ମଧ୍ୟରେ ଡାକ୍ତର, ନର୍ସ, ଷ୍ଟାଫ ଦିଆଯିବ
ବୋଲି ଆପ୍ ଆବାହକ ଭବାନୀ ସାହୁ ପ୍ରଶ୍ନ କରିଛନ୍ତି । ବର୍ତ୍ତମାନ ର ପରିସ୍ଥିତିରେ ବରଗଡ ରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇଥିବା ବେଳେ ପୁରୁଣା ଡ଼ିଏଚଏଚ କେବଳ ରେ ଫେରାଲ ସେଣ୍ଟର ହୋଇଥିବାରୁ ରୋଗୀ ମାନେ ଖେଦାପାଲି ହୋଇ ବୁର୍ଲା ଯାଇ ନାଇଁ ନ ଥିବା ହଇରାଣ ହେଉଛନ୍ତି । ସିଏଚସି ର ନିୟମ ଅନୁଯାୟୀ ୪ ଜଣ ବିଶେଷଜ୍ଞ ଡାକ୍ତର , ୬ ଜଣ ଏମବିବିଏସ୍ ଡାକ୍ତର ରହିବା କଥା କିନ୍ତୁ ୧ ଲକ୍ଷ ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରରେ ଅଳ୍ପ କିଛି ଡାକ୍ତର ରେ ଚାଲିଛି ସ୍ୱାସ୍ଥ୍ୟ ସେବା ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର । ( ସତ୍ୟ ନାରାୟଣ ପ୍ରଧାନ ବରଗଡ଼ )
No Result
View All Result