ଓଡିଶା ତାଜା ନ୍ୟୁଜ୍ (୨୪ ଜାନୁଆରି, ରବିବାର ) ନୂଆଗାଁ :- ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହିପୁର ପଞ୍ଚାୟତ ଅଧିନରେ ଥିବା ପୋଖ ରା ସାହି ଲୋକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ବିଭିନ୍ନ ସମସ୍ୟା ପଚାରି ବୁଝିଛନ୍ତି ।

ଅସମ୍ପୂର୍ଣ୍ଣ ଶନି ମନ୍ଦିର କିଭଳି ସମ୍ପୂର୍ଣ୍ଣ ହେବ ଏବଂ ବିଭିନ୍ନ ସମସ୍ୟା ସମ୍ପର୍କରେ ଲୋକମାନେ ଦଶପଲ୍ଲା ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଖୁବ୍ ଶୀଘ୍ର ଶନି ମନ୍ଦିର ସମ୍ପୂର୍ଣ୍ଣ ହେବା ସହ ବିଭିନ୍ନ ସମସ୍ୟା ଦୂରୀକରଣ କିପରି କରାଯିବ ସେ ଉପରେ ପ୍ରଚେଷ୍ଟା ଜାରିରହିବ ବୋଲି ଦଶପଲ୍ଲା ବିଧାୟକ ଶ୍ରୀ ବେହେରା ପ୍ରତିଶ୍ରୁତି ଦେଇଥିଲେ ।














