No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୩ ଜାନୁଆରୀ ଶନିବାର ) ବରଗଡ଼ :- ବରଗଡ଼ ବିକାଶ ହସ୍ପିଟାଲରେ ଚିକତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ସୂର୍ଯ୍ୟକାନ୍ତ ନାଏକ(୪୭)ଙ୍କ ଗତକାଲି ପିପଳମୁଣ୍ଡା ସ୍ଥିତ କୋଭିଡ ସ୍ୱର୍ଗଦ୍ୱାରରେ ସଂକଲ୍ପ ପରିବାର ର ସାହାଯ୍ୟରେ ଶବ ସତ୍କାର କରାଯାଇଥିଲା । ମୃତ ସୂର୍ଯ୍ୟକାନ୍ତ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଥିଲେ ସେ ଗତ ୨୦ ତାରିଖରେ ସାମାନ୍ୟ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ସେଠାରେ ଡାକ୍ତରଙ୍କ ପରାମର୍ଶ ଅନୁଯାଇ କୋଭିଡ ଟେଷ୍ଟରେ ପଜିଟିଭ ଆସିବା ପରେ ଉନ୍ନତମାନର ଚିକତ୍ସା ସକାଶେ ବରଗଡ଼ ବିକାଶ ହସ୍ପିଟାଲକୁ ଆସିଥିଲେ ହେଲେ ଗତକାଲି ୨୨ତାରିଖ ଶୁକ୍ରବାର ଦିନ ସକାଳ ୧୦.୩୦ଟାରେ ଚିକିତ୍ସାଧୀନ ଅବସ୍ଥାରେ କୌଣସି କାରଣରୁ ସେ ମୃତ୍ୟୁବରଣ କରିଥିଲେ ।

ମୃତ ସୂର୍ଯ୍ୟକାନ୍ତଙ୍କ ପରିବାରରେ ପଇସା ପତ୍ରର ସେମିତି କିଛି ଅଭାବ ନଥିଲା ଦୁଇଦିନରେ ୨.୨୭ହଜାର ଟଙ୍କା ବିଲ ପଇଠ କରିଥିଲେ ପରିବାର ଲୋକେ କିନ୍ତୁ ନିଜ ବଡ ଭାଇଙ୍କୁ ଆଉ ଫେରାଇ ଆଣି ନପାରିଥିବାରୁ କହଭରା କଣ୍ଠରେ ପ୍ରକାଶ କରିଥିଲେ ତାଙ୍କ ଭାଇ ସଂଗ୍ରାମ ନାଏକ । ମୃତକଙ୍କ ପରିବାରରେ ବର୍ତମାନ ତାଙ୍କର ଦୁଇ ଝିଅ ଯଥାକ୍ରମେ ୧୦ ବର୍ଷ ଓ ୧୪ବର୍ଷ ସମେତ ତାଙ୍କର ସ୍ତ୍ରୀ ରହିଲେ । ମୃତକଙ୍କ ପରିବାରରୁ ତାଙ୍କର ଭାଇ ସଂଗ୍ରାମ ନାଏକ ମୁଖାଗ୍ନି ଦେଇଥିବା ବେଳେ ସଂକଲ୍ପ ପରିବାରରରୁ ନିଧାନ ଦନ୍ତା, ରୋହିତ ଜସ୍ୱାଲ, ବିକାଶ ଅଗ୍ରୱାଲ ପ୍ରମୁଖ ଶବ ସତ୍କାରରେ ସାହାଯ୍ୟ କରିଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result