No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୩ ଜାନୁଆରୀ ଶନିବାର ) ଓଡ଼ଗାଁ :- ଓଡ଼ଗାଁ କଲେଜ ରୋଡ଼ ଦଲକ ଛକଠାରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ବାଉଁଶିଆପଡା ଗ୍ରାମର ଅନ୍ତର୍ଯ୍ୟାମୀ ସାହୁଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣେ ବ୍ୟକ୍ତି ଗିରିଡିପଲ୍ଲୀ ପଞ୍ଚାୟତ ର ଧଝୋଲା ର ମୂରଲୀଧର ଡାକୁଆ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ , ଯାତ୍ରୀବାହୀ ବସ ନାରାୟଣୀ ସନ୍ତୋଷି ମା ମନ୍ଦିର ନିକଟରେ ଯାତ୍ରୀ ଓହ୍ଲାଉଥିଲା ।

ଏହି ସମୟରେ ଧାନ ବୋଝେଇ ଟ୍ରକ ( ଓଆର ୦୨ ଇ ୪୨୮୨ ) ସେହି ସ୍ଥାନରେ ପହଞ୍ଚି ଭାରସାମ୍ୟ ହରାଇ ବାଇକ୍ ସହିତ ଧକ୍କା ହୋଇଥିଲା । ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ଘଟଣାସ୍ଥଳରେ ଓଡ଼ଗାଁ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଟ୍ରକକୁ ଜବତ କରିଛି ଏବଂ ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଛି । ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେaରାର ଅଛି । ଗୁରୁତର ଆହତ ହୋଇଥିବା ମୁରଲୀଧର ଙ୍କୁ ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଦିଆଯାଇ ଥିବାର ସୂଚନା ମିଳିଛି ।( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result