No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୨ ଜାନୁଆରି ୨୦୨୧, ଶୁକ୍ରବାର )ଭୁବନେଶ୍ୱର :- ବିଡିଏ, ବିଏମସି ନେତୃତ୍ୱରେ ଭଙ୍ଗାଳୀ ଦଳ ଆମ ବସ୍ତିକୁ ଲଗାତର ଆସି ବଳପୂର୍ବକ ବସ୍ତି ଉଛେଦ ଉଦ୍ୟମ କରିଥିଲେ। ଆମ୍ଭେ ଏହାର ତୀବ୍ର ପ୍ରତିବାଦ କରିଥିଲୁ। ଫଳରେ କେବଳ ଯେଉଁ ପରିବାରମାନେ ବିଏସୟୁପି ଯୋଜନାରେ କୋଠାଘର ପାଇଛନ୍ତି ସେମାନଙ୍କର ଅଧଭଙ୍ଗା ଘରର କାଂଥ ଭଙ୍ଗା ଯାଇଥିଲା । ଯେହେତୁ ଗତ ୨୪ ନଭେମ୍ବରରେ ଘର ପାଇଥିବା ଲୋକଙ୍କ ଘର ଭାଙ୍ଗିବା କଥା କହି ବସ୍ତିର ସବୁଠାରୁ ପୁରୁଣା ଓ ସବୁ ଡକ୍ୟୁମେଣ୍ଟ ଥିବା ଅତି ଗରିବ ବୁଦ୍ଧି ପ୍ରଧାନର ଘର ଭାଙ୍ଗି ଦେଇଥିଲେ। ଏଣୁ ଆମ୍ଭେ ଭୟଭୀତ ହୋଇ ଲଗାତର ୪ ଦିନ ଧରି ବସ୍ତିକୁ ଡୋଜର ଆସିବା ଠାରୁ ଡୋଜର ଫେରିବା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଜାରୀ ରଖି ଏକାଠି ହୋଇ ସ୍ଲୋଗାନ ଦେଇ ଚାଲିଥାଉ। ସବୁ ଦିନଭଳି କାଲି ମଧ୍ୟ ଆମ୍ଭେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଜାରୀ ରଖିଥିବା ସମୟରେ ଅଚାନକ ଆମ ଉପରେ ଅସାମାଜିକ ଗୁଣ୍ଡାଙ୍କ ପକ୍ଷରୁ ମରଣାତ୍ମକ ଆକ୍ରମଣ କରାଯାଇଥିଲା। ଦୁଇ ଜଣ ପୋଲିସ ପହଂଚିବା ପରେ ମଧ୍ୟ ଆମ ଉପରେ ଆକ୍ରମଣ ଚାଲିଥିଲା । ଏହାପରେ ପୋଲିସ ଭ୍ୟାନ ପହଂଚି ଅପରାଧୀ ମାନଙ୍କୁ ଗିରଫ କରିବା ବଦଳରେ ମାଡ଼ ଖାଇ କ୍ଷତ ସହ ଯନ୍ତ୍ରଣା ପାଉଥିବା ଆମର ସଭାପତି ଦୀନବନ୍ଧୁ ସାହୁ ଓ ସମ୍ପାଦକ ପ୍ରଶାନ୍ତ ବେହେରାଙ୍କୁ ଧମକ ଦେଇ ୨-୪ ଟା କେଶ ଦେଇଦେଲେ ତୁମ ଆନ୍ଦୋଳନ ଛାଡିଯିବ କହି ଥାନାକୁ ନେଇ ଆସିଲେ। ଆକ୍ରମଣକାରୀଙ୍କୁ ପାଖରେ ପାଇ ମଧ୍ୟ ଜଣକୁ ହେଲେ ଗିରଫ କଲେନି।
ଆମେ ସମସ୍ତେ ଥାନାକୁ ଆସିଥିଲୁ। ଆଖି, ମୁଣ୍ଡ ଓ ମୁହଁରୁ ରକ୍ତ ବାହାରୁଥିବା ଆମର ସନ୍ତୋଷ ସାହୁଙ୍କୁ ମେଡ଼ିକାଲ ନେବା ପାଇଁ ପୋଲିସ ଅଧିକାରୀ ଥାନା ଭିତରକୁ ଡାକିନେଲେ। କିନ୍ତୁ ଅଦ୍ୟାବଧି କାହାକୁ ମଧ୍ୟ ଡାକ୍ତରଖାନା ନେଇ ଚିକିତ୍ସା କରାଇ ନାହାନ୍ତି। କାଲି ରାତିରେ ଛଟପଟ ହୋଇ ଦୀନବନ୍ଧୁ ଓ ସନ୍ତୋଷ ମେଡ଼ିକାଲ ନେବା ପାଇଁ କହିବାରୁ ନିଜେ IIC ଯୁବରାଜ ସ୍ୱାଇଁ ଦିନାକୁ ଗୋଟେ ହାତ କଣ ଭାଙ୍ଗିଛି। ଦିଟାଯାକ ହାତ ଓ ଗୋଡ଼ ଭାଙ୍ଗିଦେବି, ବସ୍ତି କଣ, ଭୁବନେଶ୍ୱର ଛାଡି ଚାଲିଯିବୁ। ସନ୍ତୋଷକୁ ମଧ୍ୟ ଧମକ ଦେଇ ଆଉ ଗୋଟିଏ ଆଖି ତାଡି ଦେବାକୁ କହିଲେ। ଏବେ ସେମାନେ ବହୁ କଷ୍ଟ ପାଉଛନ୍ତି। ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରାଯାଉ। ଆମ ଉପରେ ଆକ୍ରମଣର ପ୍ରଥମରୁ ଫେସବୁକ ଲାଇଭ ଭିଡିଓ ଅଛି। ଏହାର ଭିଡିଓ ଫୁଟେଜ ମଧ୍ୟ ଅଛି। ଆମେ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ସ୍ଲୋଗାନ ଦେଇ ମାର୍ଚ୍ଚ କରୁଥିଲୁ। ଗୁଣ୍ଡାମାନେ ଆମ ଉପରେ ଆକ୍ରମଣ କଲେ। କିନ୍ତୁ ଚନ୍ଦ୍ରଶେଖରପୁର ଥାନା ଅପରାଧୀଙ୍କୁ ଗିରଫ କରିବା ବଦଳରେ ମାଡ଼ ଖାଇ କ୍ଷତାକ୍ତ ହୋଇଥିବା ଆନ୍ଦୋଳନକାରୀଙ୍କୁ ଗତକାଲି ଅପରାହ୍ନରୁ ଥାନାରେ ଅଟକ ରଖିଛି। ଘଟଣା ସଂଗେ ସଂଗେ ସନ୍ଧ୍ୟାରେ ଆମର ଏଫଆଇଆର ଆଇଆଇସି ଗ୍ରହଣ କଲେ କିନ୍ତୁ ପଞ୍ଜିକରଣ କରି କପି ଦେଲେନାହିଁ କି ଆକ୍ରମଣର ଶିକାର ଲୋକଙ୍କୁ ଡାକ୍ତରଖାନା ନେଲେ ନାହିଁ। ଫଳରେ ଆମ୍ଭେ ବାଧ୍ୟହୋଇ ରାତି ପ୍ରାୟ ୧୦ ଟାରେ ଡିସିପିଙ୍କ ଅଫିସ ଯାଇଥିଲୁ।
ଫୋନରେ ଡିସିପିଙ୍କ ସହ କଥାହେବା ପରେ ସେ ଆଡ଼ିସିନାଲ ଡିସିପିଙ୍କୁ ଆମ ପାଖକୁ ପଠାଇଥିଲେ। ଆଡ଼ିସିନାଲ ଡ଼ିସିପି ତୁମେ ଥାନାକୁ ଯାଅ ମୁଁ କଥା ହେଉଛି ଏବେ ଏଫଆଇଆର କପି ଦେଇଦେବେ ଏବଂ ଚିକିତ୍ସା ପାଇଁ ପଠାଇବେ। ଆମେ ଥାନାକୁ ଗଲୁ। ଆଇଆଇସି କପି ଦେବା ବଦଳରେ ଥାନାରେ ଆମକୁ ଗାଳିଗୁଲଜ କରି ତୁରନ୍ତ ସେ ଜାଗା ଛାଡି ଯିବେ ବୋଲି ଧମକ ଦେଲେ। ଆମ ଉପରେ ଆକ୍ରମଣ ହେଲା । ଆମ ଲୋକଙ୍କୁ ଥାନାରେ ଅଟକ ରଖାଯାଇଛି। ପ୍ରକାଶଯୋଗ୍ୟ, ପ୍ରକୃତ ବସ୍ତିବାସିନ୍ଦାଙ୍କୁ ବଳପୂର୍ବକ ଉଛେଦ ବନ୍ଦ କରିବା ଏବଂ ବସ୍ତି ଥଇଥାନ ପାଇଁ ଉଦ୍ଦିଷ୍ଟ କୋଠାଘର ଆବଣ୍ଟନରେ ମହା ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ଆମ୍ଭେ ୪ ଦିନ ଧରି ଏହି ପ୍ରତିବାଦ ଜାରୀ ରଖିଥିଲୁ।
ସୁଚେଇଦେବାକୁ ଚାଂହୁ, ଏହି ଘର ଗୁଡିକୁ ଅଣବସ୍ତି ଲୋକ, ବସ୍ତିରେ ଅବା ଭୁବନେଶ୍ୱରରେ ଆଦୌ କେବେ ରହୁନଥିବା ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଭିତିରିଆ ନେଇ ଅସାଧୁମେଣ୍ଟ ଜରିଆରେ ବିକ୍ରି କରାଯାଇଛି। କିନ୍ତୁ ପ୍ରକୃତ ବସ୍ତିବାସିନ୍ଦାଙ୍କ ଘର ବଳପୂର୍ବକ ଭଙ୍ଗା ଯାଉଛି। ଏହାର ପ୍ରତିବାଦରେ ଆମ୍ଭେ ତଦନ୍ତ କରି ଫେକ ଆବଣ୍ଟନ ରଦ୍ଦ କରି ପ୍ରକୃତ ବସ୍ତିରେ ରହୁଥିବା ଲୋକଙ୍କୁ ଘର ଯୋଗେଇଦେବା ଦାବିରେ ଆମ୍ଭେ ଗଣତାନ୍ତ୍ରିକ ଆନ୍ଦୋଳନ ଜାରୀ ରଖିଛୁ। ବେଆଇନ ଭାବେ ଡକ୍ୟୁମେଣ୍ଟ ଟାମ୍ପେରିଂ କରି ଘର ନେଇଥିବା ଓ ଲକ୍ଷ ଲକ୍ଷ ଟଙ୍କା କାରବାର କରି ଘର ଦେଇଥିବା ସରକାରୀ କଳ ଓ ଶାସକ ଦଳ ନେତାଙ୍କ ଅସାଧୁମେଣ୍ଟ କିଛି ଅସାମାଜିକ ଲୋକଙ୍କୁ ଅସ୍ତ୍ରକରି ଏହି ଆକ୍ରମଣ କରାଇ ଆମ ସ୍ୱରକୁ ସବୁଦିନ ପାଇଁ ଚାପି ଦେବାକୁ ଉଦ୍ୟମ କରିଛନ୍ତି। ପ୍ରାର୍ଥନା ଏହି ପରିପ୍ରେକ୍ଷୀରେ ଆପଣଙ୍କ ନିକଟରେ ବିନମ୍ର ନିବେଦନ କରୁଅଛୁ କି, ଆପଣଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପରେ ଫେସବୁକ ଲାଇଭ ଓ ଭିଡିଓ ଦେଖନ୍ତୁ, ପ୍ରକୃତ ଆକ୍ରମଣକାରୀ ଓ ସତ୍ୟ ଜାଣନ୍ତୁ। ଆକ୍ରମଣର ଶିକାର ଲୋକଙ୍କୁ ଗିରଫ କରି ଆକ୍ରମଣ କରିଥିବା ଅପରାଧୀଙ୍କୁ ସୁରକ୍ଷା ଦେଲେ ଲୋକେ ପୋଲିସ ଉପରେ କିଭଳି ଭରସା କରିବେ। ରାଜଧାନୀରେ ଏହା ହେଲେ ଗ୍ରାମାଞ୍ଚଳରେ ଲୋକଙ୍କ ଅବସ୍ଥା ଓ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି କଣ ହେବ। ଏଣୁ ଅତ୍ୟନ୍ତ ଗୁରୁତର ସହ ବିଚାର କରି ଆମକୁ ନ୍ୟାୟ, ଆମ ଧନ ଜୀବନର ସୁରକ୍ଷା ଓ ଆକ୍ରମଣର ଶିକାର ଆମ ପିଲାଙ୍କୁ ତ୍ୱରିତ ଚିକିତ୍ସା ପ୍ରଦାନ କରିବାକୁ ବିନମ୍ର ନିବେଦନ।
ଆକ୍ରମଣର ଶିକାର ହୋଇ କ୍ଷତାକ୍ତ ହୋଇଥିବା ମା ତାରିଣୀ ଓ ଅରବିନ୍ଦ ନଗର ବସ୍ତି କମିଟିର ସଭାପତି ଦୀନବନ୍ଧୁ ସାହୁ, ସମ୍ପାଦକ ପ୍ରଶାନ୍ତ ବେହେରା ଓ ବସ୍ତି ନେତା ସନ୍ତୋଷ ସାହୁଙ୍କୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ଗିରଫ କରି ଜେଲ ପଠାଇଥିବା ବେଳେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀ ବସ୍ତିବାସିନ୍ଦାଙ୍କ ଉପରେ ମରଣାତ୍ମକ ଆକ୍ରମଣ କରିଥିବା ଅସାମାଜିକ ଗୁଣ୍ଡାଙ୍କୁ ପୋଲିସ ସୁରକ୍ଷା ଦେଇଚାଲିଛି। ଏପରିକି ଦୁଇଜଣ ସିରିୟସ injured ଙ୍କୁ ଚିକିତ୍ସା ପାଇଁ ନନେଇ ସେମାନଙ୍କ ଉପରେ ଚନ୍ଦ୍ରଶେଖରପୁର ଥାନା IIC ଯୁବରାଜ ସ୍ୱାଇଁ ସେମାନେ ବସ୍ତିଛାଡି ନଗଲେ ତାଙ୍କ ଗୋଡ ଓ ହାତ ଭାଙ୍ଗି ଗୁଣ୍ଡ କରି ଭୁବନେଶ୍ୱର ରୁ ବିଦା କରିଦେବେ ଏବଂ ଆଖି ତାଡ଼ିଦେବେ ବୋଲି ଧମକ ଦେବା ପ୍ରତିବାଦରେ ଆଜି ଉଭୟ ବସ୍ତିବାସିନ୍ଦାଙ୍କ ପକ୍ଷରୁ ପୋଲିସ କମିଶନରଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି ।
No Result
View All Result