No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ଜାନୁଆରୀ ବୁଧବାର ) କୋଦଳା :- ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ଅତି ନିକଟରୁ ଗୁଳି ମାଡ଼ କରି ନିର୍ମମ ହତ୍ୟା କରାଯାଇଛି । ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି । ମିଳିଥିବା ସୂଚନାନୁସା ରେ କୋଦଳା ଥାନା ଅନ୍ତର୍ଗତ ବେଗୁନିଆପଡ଼ା ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁ ସୁମଣ୍ଡଳ ଛକର ଏକ ଚାହା ଦୋକାନରେ ଆଜି ସକାଳେ ଚାହା ପିଉଥିଲେ । ହଠାତ ତିନିଜଣ ଦୁର୍ବୁର୍ତ୍ତ ଆସି ଅତି ନିକଟରୁ ଦେବରାଜଙ୍କୁ ଗୁଳିମାଡ଼ କରିଥିଲେ । ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁସାରେ ବେଗୁନିଆପଡା ଠାରୁ ଏକ କାର ଆସି ସାଙ୍କୁଡ଼ା

ଅଭିମୁଖେ ଯାଇ ପୁଣି ଫେରିଆସି ରାସ୍ତାକଡରେ ଥୋଇ ୩ ରୁ ୪ଜଣ ଦୁର୍ବୃତ୍ତ ଗାଡିରୁ ବାହାରି ଆସି ଅତି ନିକଟରୁ ଦେବରାଜଙ୍କୁ ଲକ୍ଷ୍ୟ କରି ଗୁଳିମାଡ଼ କରିଥିଲେ।ଲଗାତାର ଗୁଳି ଫୁଟିବା ଫଳରେ ଦୋକାନରେ ଥିବା ମାଲିକ ଭୟରେ ତଳେ ଶୋଇପଡ଼ିଥିଲେ । ବାରମ୍ବାର ଗୁଳି ମାରି ଦୁର୍ବୁର୍ତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ହିଁ ଦେବରାଜଙ୍କ ମୃତୁ ହୋଇଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଦୁର୍ବୃତମାନଙ୍କର ପତ୍ତା ମିଳିପାରି ନଥିବା ବେଳେ ବ୍ୟକ୍ତିଗତ ଶତ୍ରୁତା ନା ରାଜନୈତିକ ଶତ୍ରୁତା କାରଣରୁ ହତ୍ୟା କରାଯାଇଥିଲା ? ( ରିପୋର୍ଟ ଶେଷଦେବ ସାହୁ ଗଞ୍ଜାମ ଜିଲ୍ଲା ବ୍ୟୁରୋ )
No Result
View All Result