No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ଜାନୁଆରୀ ବୁଧବାର ) ବ୍ରହ୍ମପୁର :- ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲ୍ଲା ତଥା ଆନ୍ଧ୍ର ଓଡ଼ିଆ ଶିକ୍ଷକ ସଂଘ ର ଉଦ୍ୟମ ତଥା ଅନୁରୋଧ କ୍ରମେ ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ଆନ୍ଧ୍ର ପ୍ରଦେଶ ବିଚ୍ଛିନ୍ନାଞ୍ଚଳ ର ନବମ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ଓଡ଼ିଆ ପାଠ୍ୟପୁସ୍ତକ ଆଜି ପ୍ରଦାନ ଗଲା । ବ୍ରହ୍ମପୁର ଆଞ୍ଚଳିକ ମାଧ୍ୟମିକ ଶିକ୍ଷା ପରିଷଦ ର ଉପସଚିବ ସୁବାସ ଚନ୍ଦ୍ର ବେହେରା ଙ୍କ ଉପସ୍ଥିତିରେ ଜି ଏବଂ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ବିଦ୍ୟାଳୟ ପରିଦର୍ଶକ (ଓଡ଼ିଆ) ହରିଶ୍ଚନ୍ଦ୍ର ପାଢ଼ୀ ଏହା ଗ୍ରହଣ କରିଥିଲେ । କରୋନା ସଂକ୍ରମଣ ଯୋଗୁଁ ଏହା ବିଳମ୍ବିତ ହେଲା ବୋଲି ଉଭୟ ଅଧିକାରୀ ପ୍ରକାଶ କରିଛନ୍ତି । ଏହା ଦ୍ବାରା ଆନ୍ଧ୍ର ବିଚ୍ଛିନ୍ନାଞ୍ଚଳର ନବମ ଶ୍ରେଣୀର ୨୫୩୦ ଜଣ ଏବଂ ଦଶମ ଶ୍ରେଣୀ ର ୨୫୩୦ ଜଣ ଛାତ୍ର ଛାତ୍ରୀ ଉପକୃତ ହେବେ । ଏହି ପାଠ୍ୟପୁସ୍ତକ ନେବା ପାଇଁ ଆନ୍ଧ୍ର ଶିକ୍ଷକ ସଂଘ ତରଫରୁ ମିନି ଟ୍ରକ ର ବ୍ୟବସ୍ଥା କରାଯାଇଛି । କିନ୍ତୁ ଉକ୍ତ ଅଞ୍ଚଳର ପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ପ୍ରଥମ ରୁ ଅଷ୍ଟମ ଶ୍ରେଣୀର ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ପ୍ରଦାନ କରାଯାଇ ପାରିନାହିଁ ।
ଗଣଶିକ୍ଷା ବିଭାଗ ଉପସଚିବ ଙ୍କୁ ଉତ୍କଳ ସମ୍ମିଳନୀ ତରଫରୁ ଯୋଗାଯୋଗ କରିବାରୁ କରୋନା ସଂକ୍ରମଣ ଯୋଗୁଁ ତାହା ବିଳମ୍ବିତ ହୋଇଛି କିନ୍ତୁ ତାହା ଯଥାଶୀଘ୍ର ପଠାଯିବ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି । ବିଚ୍ଛିନ୍ନାଞ୍ଚଳ କୁ ପାଠ୍ୟପୁସ୍ତକ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମରେ ଆନ୍ଧ୍ର ପ୍ରଦେଶ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ ସ଼ଂଖ୍ୟା ଲଘୁ ସଂଘ ସଭାପତି ବରିଷ୍ଠ ଅଧିବକ୍ତା ସତ୍ୟନାରାୟଣ ପାଢ଼ୀ, ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲ୍ଲା ସଭାପତି ଡ଼ ସୁବ୍ରତ କୁମାର ସାହୁ, ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ, ଆନ୍ଧ୍ର ଓଡ଼ିଆ ଶିକ୍ଷକ ସଂଘ ର ପୂର୍ବତନ ସଭାପତି ରଘୁନାଥ ଗୈାଡ, ସାଧାରଣ ସମ୍ପାଦକ ବୃନ୍ଦାବନ ଚନ୍ଦ୍ର ଦଳେଇ ଓ ଯୁଗ୍ମ ସମ୍ପାଦକ ତ୍ରିଲୋଚନ ପଲାଇ ଙ୍କ ସମେତ କାର୍ଯ୍ୟାଳୟ ର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଅବସରରେ ରାଜ୍ୟ ସରକାରଙ୍କ ସମେତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏବଂ ଉପସ୍ଥିତ ଉଭୟ ଅଧିକାରୀ ଙ୍କୁ ଉତ୍କଳ ସମ୍ମିଳନୀ ତଥା ଆନ୍ଧ୍ର ପ୍ରଦେଶ ଓଡ଼ିଆ ଶିକ୍ଷକ ସଂଘ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇ ଆସନ୍ତା ୨୦୨୦ ଓ ୨୦୨୧ ର ଶିକ୍ଷାବର୍ଷ ପାଇଁ ପାଠ୍ୟପୁସ୍ତକ ଶିକ୍ଷାବର୍ଷ ପ୍ରାରମ୍ଭରୁ ପଠାଇବା ପାଇଁ ଅନୁରୋଧ କରାଗଲା । ପ୍ରକାଶ ଥାଉକି ଓଡ଼ିଶାର ଆଭ୍ୟନ୍ତରୀଣ ସମେତ ସମସ୍ତ ବିଚ୍ଛିନ୍ନାଞ୍ଚଳ ର ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ପଠାଇବାପାଇଁ ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲ୍ଲା ତରଫରୁ କତ୍ତୃପକ୍ଷ ଙ୍କୁ ପତ୍ର ପଠାଯାଉଛି ଏବଂ ସମ୍ମିଳନୀ ର ପରିଷଦ ସଦସ୍ୟ ଅଶୋକ କୁମାର ସାହୁ ମଧ୍ୟ ନିଜ ତରଫରୁ ଉଦ୍ୟମ ଜାରି ରଖିଛନ୍ତି ବୋଲି ଏଠାରେ ପ୍ରକାଶ କରାଯାଇଥିଲା । ( ରିପୋର୍ଟ ଶେଷଦେବ ସାହୁ ଗଞ୍ଜାମ ଜିଲ୍ଲା ବ୍ୟୁରୋ )
No Result
View All Result