No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ଜାନୁଆରୀ ବୁଧବାର ) ବ୍ରହ୍ମପୁର :- ପ୍ରଶାସନ ର ଚଢାଉ ପରେ ପାଣିଫେକ୍ଟ୍ରି ମାଲିକଙ୍କ ମହଲରେ କକୁଆ ଭୟ l ବ୍ରହ୍ମପୁର ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ଅସଲି ପାଣି ଓ ବିଭିନ୍ନ ଅପମିଶ୍ରିତ ମୃଦୁପାନୀୟ ଜଳ ଉପରେ ବେ ଆଇନ ଭାବେ ନକଲି ରେଜିଷ୍ଟ୍ରସନ ନଂ ରେ ବ୍ରହ୍ମପୁର ସମେତ ବିଭିନ୍ନ ଗ୍ରାମାଞ୍ଚଳରେ ବିକ୍ରି ବୃଦ୍ଧି ପାଉଥିବା ବେଳେ ସୋମବାର ସନ୍ଧ୍ୟାରେ ଉପଜିଲ୍ଲାପାଳ ଙ୍କ ସ୍ୱତନ୍ତ୍ର ୫ ଜଣିଆ ଟିମ ଅଚାନକ ଚଢ଼ାଉ କରି ବିଭିନ୍ନ ନକଲି ପାଣି ବୋତଲ ସାଙ୍ଗ କୁ ପାଣି ପାଉଛ ଓ ମୃଦୁ ପାନୀୟ ଜଳ ବ୍ରହ୍ମପୁର ଆଖିପାଖ ଅଞ୍ଚଳ ତଥା ଲୋଚାପୋଡା ଗୋବିନ୍ଦ ବିହାର , ଗୋପାଳପୁର ଜଙ୍କସନ କଡ଼ରେ ଥିବା ଫେକ୍ଟ୍ରି , ଗୁଡ଼ସ ରୋଡ଼

ରେ ଫେକ୍ଟ୍ରି ସମେତ ଅନନ୍ତେଇ ଫେକ୍ଟ୍ରି ମାନଙ୍କରେ ବିପୁଳ ପରିମାଣରେ ବୋତଲ ଝରିରେ ପେକିଙ୍ଗ ପାଣିକୁ ଜବତ କରିଛନ୍ତି l ଏଥିରେ ନକଲି ବ୍ରାଣ୍ଡର ଚାକଚକ୍ୟ ଲୋଗୋ ଓ ଟ୍ୟାଗ ବ୍ୟବହାର କରି ଦୋକାନୀମାନଙ୍କୁ ପ୍ରଲୋଭନ ଦେଖାଇ ବ୍ୟବସାୟ କରି ଟଙ୍କା ଉପାର୍ଜନ କରୁଥିଲେ ଅସାଧୁ ବ୍ୟବସାୟୀ l ବର୍ତମାନ ଏହାକୁ ରୋକ ଲଗାଇବା ପରେ ଏବେ ଲୁକାୟତ ରେ ଅନ୍ୟ ଫେକ୍ଟ୍ରି ଚଳାଉ ଥିବା ମାଲିକଙ୍କ ମନରେ କକୁଆ ଭୟ ଘାରିଲାଣି l ଅନ୍ୟ ପଟେ ବ୍ରହ୍ମପୁର ବଡ଼ ବଜ଼ାର ସହ ସହରର କିଛି ପ୍ରାନ୍ତରେ ନକଲି ବ୍ରାଣ୍ଡର ପାଣି ମହଜୁତ ଭାବେ ରହିଥିବାରୁ ଏହାକୁ ମଧ୍ଯ ତଦନ୍ତ କରି ଚଢାଉ କାର୍ଯ୍ୟ ହେଲେ ଅନେକ ନକଲି ଷ୍ଟିକର ପାଣି ବୋତଲ ସାମ୍ନାକୁ ଆସିବ ବଲି ସାଧାରଣରେ ଚର୍ଚ୍ଚା ହେଉଛି l ( ରିପୋର୍ଟ ଶେଷଦେବ ସାହୁ ଗଞ୍ଜାମ ଜିଲ୍ଲା ବ୍ୟୁରୋ )
No Result
View All Result