No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ଜାନୁଆରୀ ବୁଧବାର )ବରଗଡ଼ :- ଆଦ୍ୟ ତା 20/01/21ଦିନ ଇ ଶକ୍ତି ପ୍ରକଳ୍ପ ତଦାରଖ କମିଟି ବରଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସହାୟକ ମହାପ୍ରବନ୍ଧକ ସରୋଜ କୁମାର ଜେନା ରାଷ୍ଟ୍ରୀୟ କୃଷି ବିକାଶ ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ l ସମ୍ମାନିତ ଅତିଥି ଭାବରେ ସୀତାରାମ ମେହେର ଲିଡ଼ ବ୍ୟାଙ୍କ ମ୍ୟାନେଜର ଭାରତୀୟ ଷ୍ଟେଟ ବ୍ୟାଙ୍କ ଯୋଗଦାନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ରୋଜାଲିନ ଭୂୟାଁ ଉପସଭାପତି ମହାଶକ୍ତି ଫାଉଣ୍ଡେସନ ଟ୍ରଷ୍ଟ, ଯୋଗଦାନ କରି ଇ ଶକ୍ତି ପ୍ରକଳ୍ପ ଉପରେ ଆଲୋଚନା କରିଥିଲେ l କାର୍ଯ୍ୟକ୍ରମ କ୍ରମ କୁ ସୁବ୍ରତ ସାହୁ
ଜୁନିଅର କନ୍ସଲଟାଣ୍ଟ ପରିଚାଳନା କରିଥିଲେ l ବିଶେଷକରି ସାମ୍ପ୍ରତିକ ପରିସ୍ଥିତି ରେ ସ୍ୱୟଂ ସହାୟକ ଗୋଷ୍ଠୀ ର ଭୂମିକା ଉପରେ ଶଙ୍କର ଚାଲାନ, ଡିପିଏମ ଓଏଲମ ଓ ଡିପିସି ଅନିଲ ଡାହଙ୍ଗ ଆଲୋଚନା କରିଥିଲେ l କେମିତି ଠିକ ହିସାବରେ ସ୍ୱୟଂ ସହାୟକ ଗୋଷ୍ଠୀ ଚଳିବ ବିଷୟରେ ତିନୋଟି ଯାକ ସଂସ୍ଥା ଯଥା ମହାଶକ୍ତି ଫାଉଣ୍ଡେସନ, ଦେବଦତ୍ତ କ୍ଳବ ଓ ନିୟୁଲାଇଫ ଫାଉଣ୍ଡେସନ ଟ୍ରଷ୍ଟ ନିଜସ୍ୱ ମତ ରଖିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସୁବୋଧ କୁମାର,ସୁଶାନ୍ତ ସାହୁ ମନ୍ଦାକିନୀ ସାହୁ, ଅଙ୍କିତା ଝଗରା ରଞ୍ଜନା ବିଶ୍ୱାଳ ଉଜ୍ୱଳକେଶର ବିଭାର ଯୋଗଦାନ କରିଥିଲେ l (ରିପୋର୍ଟ ସୁବୋଧ କୁମାର ) ବରଗଡ଼
No Result
View All Result