ମାହାଙ୍ଗା (ଓଡିଶା ତାଜା ନିଉଜ) ମାହାଙ୍ଗା ତା-୨୮/୦୧/୨୦୨୦ :- ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମିଳନୀ ଗୃହରେ ଆଜି ବ୍ଲକ ସ୍ତରୀୟ ମାନସିକ ରୋଗୀ ଚି଼ହ୍ନଟ ଓ ପରାମର୍ଶ ଶିବିର ଅନୁଷ୍ଠିତ ହେଇଯାଇଛି,
କଟକ ଜିଲ୍ଲା ସ୍ୱାସ୍ଥ୍ୟ କମିଟି ସମିତି ପକ୍ଷରୁ ମାହାଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହେଇଯାଇଛି, କଟକ ସିଟି ହସ୍ପିଟାଲ ର ଭେଷଜ ବିଶେଷଜ୍ଞ ଡା ବାନାମ୍ବର ମହାପାତ୍ର, ମାନସିକ ବିଶେଷଜ୍ଞ ପ୍ରଦୀପ୍ତ ମହାପାତ୍ର, ମନସ୍ତତ୍ଵବିତମନଶ୍ୱନୀ ବରାଳ ସାମାଜିକ କର୍ମୀ ହରିନାରାୟଣ ଦାସ, ପଙ୍କଜ କୁମାର ରାମ,
କମ୍ୟୁନିଟି ନର୍ସ ଜାନକୀ ସାଏ ପ୍ରମୀଖା ଯୋଗଦେଇ ଶିବିରରେ ଯୋଗ ଦେଇଥିବା ମାନସିକ ରୋଗୀ ଚିହ୍ନଟ କରିବା ସହ ନିରାକରଣ ନିମନ୍ତେ ପରାମର୍ଶ ଦେଇଥିଲେ, ମାହାଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ ହେମନ୍ତ ସିଂହ, କାର୍ଯ୍ୟକ୍ରମ ପରିଚାଳିକା ଗୀତଞ୍ଜଳି ଲେଙ୍କ ବିତ୍ତ ପରିଚାଳକ ସନ୍ତୋଷ ଶତପଥି,
ସୁଧାଂଶୁ କୁମାର ଦାସ, ଗୋବିନ୍ଦ ଚନ୍ଦ୍ର ବସ୍ତିଆ ଅଭିଜିତ ଗୁପ୍ତା, ଅଜିତ କୁମାର ବେହୁରା, କେଦାରନାଥ ନାୟକ ସମେତ ସମସ୍ତ ସ୍ୱାସ୍ଥ୍ୟ କର୍ମୀ ଓ ଆଶା କର୍ମୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ