No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ଜାନୁଆରୀ ବୁଧବାର ) ଭୁବନେଶ୍ୱର :- ଆଞ୍ଚଳିକ ପରିବହନ ସଂସ୍ଥା ଆନୁକୂଲ୍ୟରେ ଏବଂ ଲାୟନ୍ସ କ୍ଲବ ଭୁବନେଶ୍ୱର ଓଡ଼ିଶା ସହଯୋଗରେ ୩୨ତମ ସଡ଼କ ସୁରକ୍ଷା ମାସ ପାଇଁ ଏକ ଚକ୍ଷୁ ପରୀକ୍ଷା ଶିବିର ବସ୍ ଚାଳକ ଭାଇମାନଙ୍କ ପାଇଁ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବରମୁଣ୍ଡା ବସ୍ଷ୍ଟାଣ୍ଡଠାରେ ଭୁବନେଶ୍ୱର ବସ୍ ମାଲିକ ସଂଘ ପକ୍ଷରୁ ଏହାର ଆୟୋଜନ କରାଯାଇଥିଲା । ରାସ୍ତା ଦୁର୍ଘଟଣାକୁ କିଛି ମାତ୍ରାରେ ରୋକିବା ପାଇଁ ଚାଳକଭାଇମାଙ୍କର ଚକ୍ଷୁ ପରୀକ୍ଷା ଯେ ନିହାତି ଜରୁରୀ, ତାହା ସମସ୍ତେ ବୁଝିପାରିଥିଲେ ।
ଏଥିପାଇଁ ପରିବହନ ସଂସ୍ଥାର କମିଶନର ଶ୍ରୀଯୁକ୍ତ ସଞ୍ଜୀବ ପଣ୍ଡା ଉକ୍ତ କାର୍ଯ୍ୟକ୍ରମରେ ଯୋଗାଦନ କରି ସମାଜ ପ୍ରତି ଥିବା ଦାୟିତ୍ୱଗୁଡ଼ିକୁ ସମ୍ପାଦନ କରିବା ପାଇଁ ସମସ୍ତ ଚାଳକ ଭାଇମାନଙ୍କୁ ଉପଦେଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିବହନ ଅଧିକାରୀ-୧ ଓ ୨ ଯୋଗଦାନ କରି କିପରି ସଡ଼କ ଦୁର୍ଘଟଣାକୁ ସମ୍ପୂର୍ଣ୍ଣଭାବେ ନିୟନ୍ତ୍ରଣ କରାଯିବ ସେଥିପାଇଁ ଅନେକ ମୂଲ୍ୟବାନ ଉପଦେଶ ପ୍ରଦାନ କରିଥିଲେ ।
ଲାୟନ୍ସ ଚକ୍ଷୁ ଚିକିତ୍ସାଳୟର ଅଧ୍ୟକ୍ଷ ଲାୟନ ସୁଧାଂଶୁ କୁମାର ମହାନ୍ତି, ଲାୟନ୍ସ ଚକ୍ଷୁ ଚିକିତ୍ସାଳୟକୁ ଏହି ମହତ୍ କାର୍ଯ୍ୟରେ ସାମିଲ୍ କରିଥିବାରୁ ସେ ଆଞ୍ଚଳିକ ଅଧିକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କ୍ଲବର ସଭାପତି ଲାୟନ ଅଶୋକ ଅଗ୍ରୱାଲା, ସମ୍ପାଦକ ଲାୟନ ତପନ କୁମାର ହରିଚନ୍ଦନ ଓ ବହୁ ଲାୟନସଭ୍ୟ ଯୋଗଦାନ କରି ଚାଳକ ଭାଇମାନଙ୍କୁ ଉତ୍ସାହିତ କରିଥିଲେ । ଲାୟନ୍ସ ଚକ୍ଷୁ ଚିକିତ୍ସାଳୟର ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଲାୟନ ଡାଃ ପ୍ରସନ୍ନ କୁମାର ମହାନ୍ତି ଏବଂ ଷ୍ଟାଫମାନେ ୫୫ଜଣ ଚାଳକଙ୍କ ଚକ୍ଷୁ ପରୀକ୍ଷା କରିଥିଲେ ।
No Result
View All Result