• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରଣପୁର ରାଜନୀତିରେ ସୁରମାଙ୍କ ପାଇଁ ମଇଦାନ ଖାଲି; ସମ୍ବିତଙ୍କ ଫମ୍ପା ପ୍ରତିଶୃତିକୁ ନେଇ ବଢ଼ୁଛି ଚର୍ଚ୍ଚା

Proprietor Abhimanyu Maharana by Proprietor Abhimanyu Maharana
July 24, 2026
in ଓଡ଼ିଶା, ନୟାଗଡ଼ ନିଉଜ୍, ରାଜନୀତି, ହୋମ୍
0
ରଣପୁର ରାଜନୀତିରେ ସୁରମାଙ୍କ ପାଇଁ ମଇଦାନ ଖାଲି; ସମ୍ବିତଙ୍କ ଫମ୍ପା ପ୍ରତିଶୃତିକୁ ନେଇ ବଢ଼ୁଛି ଚର୍ଚ୍ଚା
Share on FacebookShare on TwitterWhatsapp

ରଣପୁର ରାଜନୀତିରେ ବଦଳୁଛି ସମୀକରଣ, ପଞ୍ଚାୟତ ନିର୍ବାଚନକୁ ନେଇ ବଢ଼ୁଛି ତତ୍ପରତା

ରଣପୁର (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ରଣପୁର ନିର୍ବାଚନ ମଣ୍ଡଳୀରେ ସାଧାରଣ ନିର୍ବାଚନ ପର ଠାରୁ ରାଜନୈତିକ ସମୀକରଣକୁ ନେଇ ନୂଆ ନୂଆ ଚର୍ଚ୍ଚା ଦେଖିବାକୁ ମିଳୁଛି । ରାଜନୈତିକ ମହଲର ଆଲୋଚନା ଅନୁଯାୟୀ, ବର୍ତ୍ତମାନ ବିଧାୟିକା ସୁରମା ପାଢ଼ୀଙ୍କୁ ପୂର୍ବଭଳି ସକ୍ରିୟ ରାଜନୈତିକ ଚ୍ୟାଲେଞ୍ଜ ଦେଖିବାକୁ ମିଳୁଛି । ଏହି ପରିସ୍ଥିତିରେ ପ୍ରତିଦ୍ବନ୍ଦୀ ଙ୍କ ମେଳି ଦେଖିବାକୁ ମିଳୁ ନଥିବା ବେଳେ ସୁରମାଙ୍କ ମଇଦାନ ଖାଲି ପଡ଼ିଛି । ସେ ସଂଗଠନକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେଉଥିବା ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଛି ।

ରଣପୁରରେ ଗତ ନିର୍ବାଚନ ସମୟରେ ବିଜେପିର ସାଂସଦ ପ୍ରାର୍ଥୀ ଭାବେ ସମ୍ବିତ ପାତ୍ରଙ୍କ ମିଥ୍ୟା ପ୍ରଚାର ବେଶ୍ ସକ୍ରିୟ ଥିଲା । ସେହି ସମୟରେ ରଣପୁର ରଥଯାତ୍ରାରେ ନୂତନ ରଥ ନିର୍ମାଣ , ଭେଟବର ଡ୍ୟାମର ପାଣି ଏନଏସିକୁ ଯୋଗାଣ, ଉପର ମଣିନାଗ ମନ୍ଦିରକୁ ରୋପ୍-ୱେ ନିର୍ମାଣ ଏବଂ ସୁନାଖଳାରୁ ରଣପୁର ଦେଇ କାଳୁପଡ଼ା ପର୍ଯ୍ୟନ୍ତ ରେଳପଥ ଭଳି ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ । ଏହି ପ୍ରତିଶ୍ରୁତି ଗୁଡ଼ିକର ଅଗ୍ରଗତିକୁ ନେଇ ସ୍ଥାନୀୟ ମହଲରେ ଏବେ ବି ପ୍ରଶ୍ନ ଉଠୁଥିବା ଚର୍ଚ୍ଚା ହେଉଛି ।

ସେହିପରି, ନିର୍ବାଚନ ପରେ ସାଂସଦ ରଣପୁର ଆସିବାକୁ ଡରୁଛନ୍ତି ବୋଲି ରାଜନୈତିକ ମହଲରେ ବିଭିନ୍ନ ମତ ପ୍ରକାଶ ପାଉଛି । ତେବେ ଏହାର କାରଣ ଜନ ସାଧାରଣଙ୍କୁ ନିର୍ବାଚନ ବେଳେ ଦେଇଥିବା ଫମ୍ପା ପ୍ରତିଶୃତି ବୋଲି ବିଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସୁଛି । ଗତ ସାଧାରଣ ନିର୍ବାଚନରେ ସୁରମାଙ୍କ ନାମ ବିଧାୟିକା ପ୍ରାର୍ଥୀ ରୂପେ ଘୋଷଣା ହୋଇଥିବା ବେଳେ ଅଣ୍ଟି ଛୁରୀ ତଣ୍ଟି କାଟିଲା ଭଳି ନିଜ ଦଳର ସମ୍ବିତ ପାତ୍ର ସୁରମା ଙ୍କୁ ବିରୋଧ କରି ତାପସ ଙ୍କୁ ଆବିର୍ଭାବ କରିଥିବା କଥା ସେତେବେଳେ ଚର୍ଚ୍ଚା ହୋଇଥିଲା l

ତଥାପି ସୁରମା ପାଢ଼ୀ ନିର୍ବାଚନରେ ବିଜୟୀ ହୋଇ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କର ସଂଗଠନ ଦକ୍ଷତା ଓ ଜନସମ୍ପର୍କକୁ ଅନେକେ ଏହି ବିଜୟର ଅନ୍ୟତମ କାରଣ ବୋଲି ମତ ଦେଉଛନ୍ତି । ଅନ୍ୟପଟେ ବିଜେଡି ଶିବିରରେ ସାଂଗଠନିକ ସମନ୍ୱୟକୁ ନେଇ ବିଭିନ୍ନ ଚର୍ଚ୍ଚା ଚାଲିଛି । କେତେକ ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ, ବିଜେପି କୁ ଗୋପନରେ ସହଯୋଗ କରିଥିବା ବିଜେଡି ର ତିନି ତିନୋଟି ମୁଖ୍ୟ ନେତାଙ୍କ ଯୋଗୁଁ ସୁରମା ଙ୍କ ଠାରୁ ୧୫ହଜାର ରୁ ଅଧିକ ଭୋଟରେ ବିଜେଡି ପ୍ରତିଦ୍ବନ୍ଦୀ ପରାଜିତ ହୋଇଥିଲେ ।

ବିଶେଷ ଭାବେ ବିଜେଡି ଦଳର ଆଭ୍ୟନ୍ତରୀଣ ସମୀକରଣ ଶାସକ ଦଳ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରୁଥିଲେ ହେଁ ଏଯାବତ୍ ବିଜେଡି ଦଳର ସତ୍ୟନାରାୟଣଙ୍କୁ ହରାଇଥିବା ପ୍ରମୁଖ ନେତା ଙ୍କୁ ରାଜନେତା ମାନେ ଗୋପନୀୟ ରଖିଥିବା ବେଳେ ଆସନ୍ତା ୨୯ ନିର୍ବାଚନ ରେ ସମସ୍ତ ଗୁମର ଖୋଲି ବିଧାୟକ ହେବାର ଆଶା ବାନ୍ଧି ବସିଥିବା ନେତାଙ୍କ ଯୋଜନାକୁ ଅସଫଳ କରିଦେବେ ବୋଲି ରାଜନେତା ମାନେ ପ୍ରତିକ୍ରିୟା ରଖିଛନ୍ତି ।

ଏହାରି ମଧ୍ୟରେ ପଞ୍ଚାୟତ ନିର୍ବାଚନକୁ ନଜରରେ ରଖି ବିଧାୟିକା ସୁରମା ପାଢ଼ୀ ନିଜ ସଂଗଠନକୁ ସକ୍ରିୟ କରିଥିବା ଚର୍ଚ୍ଚା ହେଉଛି । ବିଭିନ୍ନ ସ୍ତରରେ ଗୁପ୍ତ ବୈଠକ ମାଧ୍ୟମରେ ପ୍ରତି ପଞ୍ଚାୟତରେ ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ସଫଳ କରିବା ଲକ୍ଷ୍ୟରେ ଜୋରଦାର ପ୍ରସ୍ତୁତି ଚଳାଇ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦୁଇଟି ଯାକ ବ୍ଲକ୍ ନିଜ ଅକ୍ତିଆରକୁ ଆଣୁଛନ୍ତି ନା ନାହିଁ ତାହା ଦେଖିବାକୁ ବାକି ରହିଲା । ଏମିତିରେ ଦେଖିବାକୁ ଗଲେ ସୁରମାଙ୍କ ଟକ୍କର ବିଷୟରେ ରଣପୁର ନିର୍ବାଚନ ମଣ୍ଡଳୀରେ ସମସ୍ତଙ୍କୁ ବେଶ୍ ଭଲଭାବେ ଜଣା ।

ସୁରମା ରଣପୁର ଏନଏସି ଅଧ୍ୟକ୍ଷା , ବ୍ଲକ ଉପାଧ୍ୟକ୍ଷ ଓ ଜଣାଶୁଣା ତୁଙ୍ଗ କର୍ମୀ ମାନଙ୍କୁ ନିଜ ପଣତକାନିରେ ବାନ୍ଧି ରଖିବା ଭଳି ଚ୍ୟାଲେଞ୍ଜ କୁ ପୂରଣ କରି ସାରିବା ପରେ ଏବେ ପଞ୍ଚାୟତ ନିର୍ବାଚନର ଚ୍ୟାଲେଞ୍ଜ ହାତକୁ ନେଇଛନ୍ତି । ରାଜନୈତିକ ବିଶ୍ଳେଷକଙ୍କ ମତରେ, ଆଗାମୀ ପଞ୍ଚାୟତ ନିର୍ବାଚନ ରଣପୁରର ଭବିଷ୍ୟତ ରାଜନୈତିକ ସମୀକରଣକୁ ସ୍ପଷ୍ଟ କରିବ। ବିଧାୟିକା ସୁରମା ପାଢ଼ୀ ନିଜ ସଂଗଠନର ପ୍ରଭାବକୁ ଦୁଇଟି ବ୍ଲକ୍ ଓ ଏନଏସିରେ ବଜାୟ ରଖିପାରୁଛନ୍ତି କି, ନା ବିରୋଧୀ ଦଳ ନୂଆ ରଣନୀତି ସହ ମଇଦାନକୁ ଫେରୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଅସୁସ୍ଥଥିବା କଟକ ମହାନଗର ଶାନ୍ତି କମିଟିର ଶ୍ରୀ ଭିକାରୀ ଦାସଙ୍କୁ ଭେଟିଲେ ସି.ପି.ଆଇ ନେତୃମଣ୍ଡଳୀ

ଅସୁସ୍ଥଥିବା କଟକ ମହାନଗର ଶାନ୍ତି କମିଟିର ଶ୍ରୀ ଭିକାରୀ ଦାସଙ୍କୁ ଭେଟିଲେ ସି.ପି.ଆଇ ନେତୃମଣ୍ଡଳୀ

September 18, 2026
ମା “ମଙ୍ଗଲ ଚଣ୍ଡୀଙ୍କ ନୂତନ ପିତ୍ତଳ ମେଢରେ ଝଲସିଲା ପୁଜା ମଣ୍ଡପ

ମା “ମଙ୍ଗଲ ଚଣ୍ଡୀଙ୍କ ନୂତନ ପିତ୍ତଳ ମେଢରେ ଝଲସିଲା ପୁଜା ମଣ୍ଡପ

September 18, 2026
ବନମାଳୀପୁର ଦୁର୍ଗା ପୂଜାରେ ବିନା ଡି ‘ଜେ’ ରେ ଶୃଙ୍ଖଳିତ ପୂଜା ପାଇଁ ନିଷ୍ପତ୍ତି

ବନମାଳୀପୁର ଦୁର୍ଗା ପୂଜାରେ ବିନା ଡି ‘ଜେ’ ରେ ଶୃଙ୍ଖଳିତ ପୂଜା ପାଇଁ ନିଷ୍ପତ୍ତି

September 18, 2026
“ମୋ ପରିବାର” ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ସମ୍ମାନୀତ 

“ମୋ ପରିବାର” ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ସମ୍ମାନୀତ 

September 17, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଅସୁସ୍ଥଥିବା କଟକ ମହାନଗର ଶାନ୍ତି କମିଟିର ଶ୍ରୀ ଭିକାରୀ ଦାସଙ୍କୁ ଭେଟିଲେ ସି.ପି.ଆଇ ନେତୃମଣ୍ଡଳୀ

ଅସୁସ୍ଥଥିବା କଟକ ମହାନଗର ଶାନ୍ତି କମିଟିର ଶ୍ରୀ ଭିକାରୀ ଦାସଙ୍କୁ ଭେଟିଲେ ସି.ପି.ଆଇ ନେତୃମଣ୍ଡଳୀ

September 18, 2026
ମା “ମଙ୍ଗଲ ଚଣ୍ଡୀଙ୍କ ନୂତନ ପିତ୍ତଳ ମେଢରେ ଝଲସିଲା ପୁଜା ମଣ୍ଡପ

ମା “ମଙ୍ଗଲ ଚଣ୍ଡୀଙ୍କ ନୂତନ ପିତ୍ତଳ ମେଢରେ ଝଲସିଲା ପୁଜା ମଣ୍ଡପ

September 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version