• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସାଇନାଥ ବସ୍ତି ଉଛେଦ ବନ୍ଦ ରଖିବାକୁ ; ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ – ବସ୍ତିବାସିନ୍ଦାଙ୍କ ଗୁହାରି

Proprietor Abhimanyu Maharana by Proprietor Abhimanyu Maharana
January 19, 2021
in ଓଡ଼ିଶା, ମହାନଗର, ହୋମ୍
0
ସାଇନାଥ ବସ୍ତି ଉଛେଦ ବନ୍ଦ ରଖିବାକୁ ; ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ – ବସ୍ତିବାସିନ୍ଦାଙ୍କ ଗୁହାରି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୯ ଜାନୁଆରୀ ମଙ୍ଗଳବାର ) ଭୁବନେଶ୍ୱର :- କରୋନା ମହାମାରୀ ଜନିତ ଲକଡାଉନ ସଟଡାଉନ ପ୍ରଭାବରେ ରୋଜଗାର ହରେଇ ଭୋକ ଉପାସରେ ପଡିଥିବା ସାଇନାଥ ବସ୍ତିବାସିନ୍ଦାଙ୍କୁ ବଳପୂର୍ବକ ଉଛେଦ କରିବାକୁ ଗତ ୧୫ ଦିନ ଧରି ଲଗାତର ଉଦ୍ୟମ ଚାଲିଛି । ଦୁଇ ଦୁଇଥର ସେମାନେ ପ୍ରତିରୋଧ କରି ଭଙ୍ଗାଳୀ ଦଳକୁ ଫେରେଇ ଦେଇଛନ୍ତି । ପୁଣିଥରେ ବ୍ୟାପକ ପୋଲିସ ଓ ଗୁଣ୍ଡାବାହିନୀ ସହିତ ଆସି ବସ୍ତିକୁ ନିଶ୍ଚିତ ଭାଙ୍ଗିବାକୁ ପ୍ରଶାସନ ଓ ଶାସକ ଦଳ ନେତାଙ୍କ ପକ୍ଷରୁ ଧମକ ଦେଇ ଯାଇଛନ୍ତି । ନିଜର ଏକମାତ୍ର ଆଶ୍ରୟସ୍ଥଳୀ ଓ ଜୀବିକା ହରେଇବା ଭୟ ଓ ଆତଙ୍କ ମଧ୍ୟରେ ରହିଥିବା ଗରୀବ ଶ୍ରମଜୀବୀ ପରିବାରମାନେ ବସ୍ତିଭଙ୍ଗା ଅଭିଯାନ ବନ୍ଦ ରଖିବାକୁ ଏବଂ ଉଛେଦ ପୂର୍ବରୁ ଉପଯୁକ୍ତ ଥଇଥାନ ଯୋଗେଇ ଦେବାକୁ ଦାବିକରି ଗତକାଲି ତା ୧୮ ଜାନୁଆରୀରେ ସାଇନାଥ ବସ୍ତିବାସିନ୍ଦାଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ଗୁହାରି କରିଛନ୍ତି ।

ତା ୧୫.୦୯.୨୦୧୦ ମସିହାରେ ମାନ୍ୟବର ଓଡିଶା ହାଇକୋର୍ଟଙ୍କ ଆଦେଶ ରହିଛି କୌଣସି ବସ୍ତି ବଳପୂର୍ବକ ଉଛେଦ ନକରିବାକୁ । ନିତ୍ୟାନ୍ତ ଜରୁରୀ କ୍ଷେତ୍ରରେ ଉଛେଦ ପୂର୍ବରୁ ଉପଯୁକ୍ତ ଥଇଥାନ ଯୋଗେଇଦେବାକୁ ସ୍ପଷ୍ଟ ନିର୍ଦେଶନାମା ରହିଛି । ଏଥିସହ ୨୦୦୩ ମସିହାରୁ ବସ୍ତି ଆଇନ ରହିଛି । ୨୦୧୭ ମସିହାରେ ବସ୍ତିବାସିନ୍ଦାଙ୍କୁ ସହରର ଜୀବନରେଖା ଘୋଷଣା କରି ଆମ ମୁଖ୍ୟମନ୍ତ୍ରୀ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ଆଇନ ଓ ଜାଗା ମିସନ ଘୋଷଣା କରିଛନ୍ତି । ତା ୧୦.୦୮.୨୦୧୭ରିଖ ପୂର୍ବରୁ ବସ୍ତିରେ ରହୁଥିବା ସବୁ ପରିବାରକୁ ଜମିପଟ୍ଟା ଓ କୋଠାଘର ଦେଇ ଥଇଥାନ କରିବାକୁ ଘୋଷଣା କରିଛନ୍ତି । ଗତ ୨୦୨୦ ସେପ୍ଟେମ୍ବର ମାସରେ ବାଲେଶ୍ୱରରୁ ଘୋଷଣା କରିଥିଲେ ରାଜ୍ୟର ସବୁ ବସ୍ତିବାସିନ୍ଦାଙ୍କୁ ଆଦର୍ଶ କଲୋନୀ ଯୋଗାଇ ଦେବେ ।

ଏହି ବସ୍ତି ଆଇନ ଓ ଜାଗା ମିସନକୁ ବିଶ୍ୱସ୍ଥରରେ ଐତିହାସିକ ଘୋଷଣା କରୁଥିବା ଏବଂ ବସ୍ତିବାସିନ୍ଦାଙ୍କୁ କୋଠାଘର ଦେଇ ଥଇଥାନ କରାଯାଉଥିବା ଘୋଷଣା କରୁଥିବା ବେଳେ ବଳପୂର୍ବକ ବସ୍ତିଉଛେଦ ଅଭିଯାନ କାହିଁକି ବୁଝି ହେଉନାହିଁ । ଗତ ୨୦୧୬ ଡିସେମ୍ବରରେ ଏହି ବସ୍ତି ଉଛେଦ ପାଇଁ ଉଦ୍ୟମ କରାଯାଇଥିଲା । ସେତେବେଳେ ମଧ୍ୟ ବସ୍ତିବାସିନ୍ଦା ପ୍ରତିରୋଧ କରିବା ସହିତ ବିଏମସି ଘେରାଉ କରିଥିଲେ । ଏହାପରେ ସେମାନଙ୍କ ବସ୍ତିଭଙ୍ଗା ସ୍ଥଗିତ ରଖାଯିବା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସର୍ଭେ କରାଯାଇ କୋଠାଘର ଯୋଗେଇ ଦେବାକୁ ସରକାରୀ ଦଳ ଓ କଳ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । ବସ୍ତିରେ ଅମୃତ ଯୋଜନାରେ ପାଣି, ଉଜ୍ଜଲା ଯୋଜନାରେ ଗ୍ୟାସ ଓ ବିଦ୍ୟୁତ ସଂଯୋଗ ସମେତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇଥିଲା । କିନ୍ତୁ ବିଡମ୍ବନା ଯେଉଁ ଶାସକ ଦଳର କର୍ପୋରେଟର ଏବଂ ବିଧାୟକ ବସ୍ତିବାସିନ୍ଦାଙ୍କ ଉନ୍ନତି ଓ ଥଇଥାନର ପ୍ରତିଶୃତି ଦେଇଥିଲେ ସେମାନେ ବର୍ତ୍ତମାନ ନିଜେ ନିଜେ ଜାଗା ଛାଡି ଚାଲିଯିବାକୁ ବାଧ୍ୟ କରୁଛନ୍ତି । ବସ୍ତିବାସିନ୍ଦା ନିଜେ ନିଜେ ଜାଗା ଛାଡି ଚାଲିଯିବା ପରେ ଆସନ୍ତା ୪ ବର୍ଷ ପରେ ସେମାନଙ୍କୁ ଡାକି କୋଠାଘର ଦେବେ ।

କିନ୍ତୁ ଏଥିରେ ରାଜି ନହେଲେ ପୋଲିସ ନଆସିଲେ ଗାଡିକଣ ଗୁଣ୍ଡାଙ୍କୁ ନେଇ ବସ୍ତି ଭାଙ୍ଗିଦେବାକୁ ଧମକ ଦେଉଛନ୍ତି । ଏଭଳି ପରିସ୍ଥିତିରେ ଭୟଭୀତ ବସ୍ତିବାସିନ୍ଦା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ଗୁହାରୀ ଜଣାଇବା ସହିତ ବିଏମସି କମିଶନର ଏବଂ ବିଡିଏ ଉପାଧ୍ୟକ୍ଷଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏଥିସହ ହାଇକୋର୍ଟ ଆଦେଶ, ବସ୍ତି ଆଇନର ଉଲ୍ଲଂଘନ ଏବଂ ସରକାର ଦେଇଥିବା ସବୁ ପ୍ରତିଶ୍ରୁତିକୁ ଉଲଂଘନ କରି ତଥା ସେମାନଙ୍କ ମାନବିକ, ଗଣତାନ୍ତ୍ରିକ ତଥା ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ କରି ବଳପୂର୍ବକ ବସ୍ତି ଉଛେଦ ଅଭିଯାନ ଜାରୀ ରଖିଲେ ସେମାନେ ବାଧ୍ୟ ହୋଇ ପ୍ରତିରୋଧ କରିବେ ସେତେବେଳେ ଯେଉଁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଓ ପ୍ରଶାସନ ଦାୟୀ ରହିବେ ବୋଲି ବସ୍ତି କମିଟି ପକ୍ଷରୁ ସନ୍ତୋଷ ଭତ୍ରା, ଦିଲ୍ଲୀପ ସିଂ, ପ୍ରକାଶ ମହାପାତ୍ର, ସାରଳା ବିଶ୍ୱାଳ, କଳ୍ପନା ସାହୁ, ଝୁନାରାଣୀ ଦାସ, ଲିଙ୍ଗରାଜ ସାହୁ, ଯଶୋବନ୍ତ ଜେନା, ମିନାକ୍ଷୀ ନାୟକ, ସ୍ୱାଗତିକା ବେହେରା, ମିନାକ୍ଷୀ ନାୟକ ଆଦି ଲିଖିତ ଭାବେ ଜଣାଇଛନ୍ତି ।   (ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

April 30, 2026
ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

April 30, 2026
ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ

April 30, 2026
ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

April 30, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

April 30, 2026
ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

April 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version