No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୭ ଜାନୁଆରୀ ରବିବାର )ନୟାଗଡ଼ :- ନୟାଗଡ଼ ଜିଲ୍ଲା ସ୍ତରୀୟ ସାନ୍ତି କମିଟିର ପ୍ରଥମ ବାର୍ଷିକ ବୈଠକ ନୟାଗଡ଼ ବ୍ଲକ ଗମ୍ଭାରିଡ଼ିହି ନିକଟ ନୀଳକଣ୍ଠେଶ୍ୱର ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ଦିବାକର ମିଶ୍ରଙ୍କ ଆବାହନତ୍ବରେ ଅନୁଷ୍ଠିତ ଏହି ବୈଠକ ନୟାଗଡ଼ ଜିଲ୍ଲାର 8 ଟି ବ୍ଲକର ସାନ୍ତି କମିଟିର ସଦସ୍ୟ ତଥା ନ୍ୟାୟପ୍ରଦାନ କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିଆସୁଥିବା ବ୍ୟକ୍ତି ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କଟକ ବଡମ୍ବାରୁ ଆସିଥିବା ବ୍ରଜ ବନ୍ଧୁ ସାହୁ ଏବଂ ବୋଲଗଡର କୃଷ୍ଣମୋହନ ପାଲଟା ସିଂହ ଆତିଥି ଭାବେ ଯୋଗ ଦେଇଥିବା ବେଳେ ଗ୍ରମାଂଚଳ ଠାରୁ ସହର ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏହି ସାନ୍ତିକମିଟି ବିଭିନ୍ନ ଜିଲ୍ଲାରେ ମୁଖ୍ୟ ଭୁମିଖା ଗ୍ରହଣ କରି ଆସୁଥିବା ବେଲେ ନୟାଗଡ଼ ଜିଲ୍ଲାରେ କିପରି ଅଧିକ କ୍ରିୟାସିଳ ହୋଇପାରିବ ସେ ଉପରେ ଆଲୋଚନା କରିଥିଲେ ।
ଆଜିର ଏହି ବୈଠକରେ ନୟାଗଡ ଜିଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ସାନ୍ତିକମିଟି ଗଠନ କରଜାଇଥିଲେ । ନୟାଗଡ଼ ଜିଲ୍ଲା ସ୍ତରୀୟ ସାଭାପତି ଭାବେ ଦର୍ପନାରାୟଣପୁରର ସଙ୍କର୍ଶଣ ବିଶ୍ବାଳ ମନୋନୀତ ହୋଇଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ରଣପୁରର କୃଷ୍ଣମୋହନ ସାହୁ,କୋଷାଧକ୍ଷ ଭାବେ ବିରୁଡା ସରପଞ୍ଚ ଅଜୟ ସ୍ବାଇଁ ମନୋନୀତ ହୋଇଥିଲେ ।
ସେହିପରି ନୟାଗଡ଼ ବ୍ଲକ ମୁକ୍ଷଭାବେ ଦିବାକର ମିଶ୍ର,ରଣପୁରରୁ ସତ୍ୟ ମହାପାତ୍ର,ନୂଆଗାଁରୁ ଧ୍ରୁବ ସାହୁ,ଖଣ୍ଡପଡାରୁ ଜୁଗୋଳ ସାହୁ,ଓଡ଼ଗାଁରୁ ଜୀବନ ରାୟ,ଗଣିଆରୁ ଅନ୍ତର୍ଯ୍ୟାମୀ ମିଶ୍ର,ଭାପୁରରୁ କବିରାଜ ମହାପାତ୍ର ଓ ଦସପଲ୍ଲରୁ ରବୀନ୍ଦ୍ର ସାହୁଙ୍କୁ ମନୋନୀତ କରାଯାଇଥିଲା । ସେହିପରି ଆଇନ ସହାୟକ ଓ ପରାମର୍ଶଦାତା ଭାବେ ପ୍ରମୋଦ ବିଶ୍ବାଳ,ସୁରେଶ ମିଶ୍ର,ଭାଗିରଥି ସାହୁ ଓ ଗୋଲକ ମୁଦୁଲିଙ୍କୁ ସର୍ବସନମ୍ମତି ଭାବେ ମନୋନୀତ କରଜାଇଥିଲା । ଏହି ବୈଠକରେ 8ଟି ବ୍ଲକର ଶତାଥିକ ବରିଷ୍ଠ ଏବଂ ମମ୍ମାନସ୍ପଦ ବ୍ୟକ୍ତି ଅସଗ୍ରହଣ କରିଥିଲେ । (ରିପୋର୍ଟ -ରାମକୃଷ୍ଣ ରଥ)
No Result
View All Result