No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୭ ଜାନୁଆରୀ ରବିବାର )ନୟାଗଡ଼ :- ନୟାଗଡ଼ ଆନୁକୂଲ୍ୟରେ କିଛି ଯୁବ ସାମାଜିକ ରାଷ୍ଟ୍ରୀୟ ଯୁବ ଦିବସ ଠାରୁ ସାଧାରଣତନ୍ତ୍ର ଦିବସ ପର୍ଯ୍ୟନ୍ତ ‘ସାହି ସବୁଜିମା ଅଭିଯାନ’ ଅନ୍ତର୍ଗତ ନୟାଗଡ଼ ପୌରାଞ୍ଚଳର ମୁଖ୍ୟ ରାସ୍ତାରେ ଲଗାଯାଇଥିବା ସମସ୍ତ ଵୃକ୍ଷମାନଙ୍କୁ “ଜଳପାନ କାର୍ଯ୍ୟକ୍ରମ “କୁ ମା’ ଫାଉଣ୍ଡେସନ୍ ର ସଂପାଦକ ରଂଜନ ରଶ୍ମି ଜେନା,ନୟାଗଡ ଲେଖକ ପରିଷଦ ର ସଂପାଦକ ଓ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ମ୍ୟାନେଜର ବିଷ୍ଣଚରଣ ଵେହେରା(ଗଗନ) ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ କାର୍ଯ୍ୟକ୍ରମକକୁ ବରିଷ୍ଠ ସମାଜସେବୀ ଦାମୋଦର ସାହୁ( ଦାମ ସାର୍) ଶୁଭାରମ୍ଭ କରିଥିଲେ। ଵିଜୟାନଂଦ ମହାପାତ୍ର, ଗୋପୀନାଥ ସେଠୀ, ମୈତ୍ରୀ ଯୁବ ସଂସଦ ର ମୂଖ୍ୟ ପ୍ରଦୀପ କୁମାର ସାହୁ, ରୋଟାରୀ କ୍ଲବ ସଂପାଦକ ଝାଟିକ୍, ଚୋପାଳି, ଦୁର୍ଗା ମାଧବ ଦୋରା,ସୁନୀଲ ,ମନମୋହନ ସାହୁ,ଯତୀଶ୍, ଜିତୁ, ଵିଵେକ, ଚନ୍ଦନ(ଜୁନିୟର)ଏଵଂ ବହୁ ଉସ୍ଚାହୀ ଯୁଵକ ଜଳଦାନ କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ। ଏଭଳି ଜନହିତକର କାର୍ଯକ୍ରମ ପ୍ରତ୍ୟେକ ରଵିଵାରେ ନୟାଗଡ଼ ସହର ମଧ୍ୟରେ କରିବାକୁ ସହମତି ଓ ଉତ୍ସାହ ପ୍ରକାଶ ପାଇଥିଲା । (ରିପୋର୍ଟ -ରାମକୃଷ୍ଣ ରଥ)
No Result
View All Result