No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୬ ଜାନୁୟାରୀ ଶନିବାର ) ଭୁବନେଶ୍ୱର :- ଓଡ଼ିଶାରେ ବିଭିନ୍ନ ହସ୍ପିଟାଲରୁ ଭିଡିଓ କନଫରେନ୍ସିଂ ଜରିଆରେ ଫିଡବ୍ୟାକ ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଟିକାକରଣ ପ୍ରଥମ ଦିନରେ ସନ୍ଧ୍ୟା ୭ଟା ସୁଦ୍ଧା ୧୩ ହଜାର ୭୪୫ ଜଣଙ୍କୁ କରୋନା ଟିକା ଦିଆଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ କରୋନାର ହଟସ୍ପଟ ପାଲଟିଥିବା ଗଞ୍ଜାମରେ ସର୍ବାଧିକ ଲୋକଙ୍କୁ କରୋନା ଟିକା ଦିଆଯାଇଥିବା ଜଣାପଡ଼ିଛି ।
ଜିଲ୍ଲାରେ ହୋଇଥିବା ମୋଟ ୧୧ଟି ଟିକା କେନ୍ଦ୍ରରେ ପାଖାପାଖି ୮୦୦ରୁ ଲୋକଙ୍କୁ ଟିକା ଦିଆଯାଇଛି । ସେହିପରି ପୁରୀ ଜିଲ୍ଲାରେ ମୋଟ ୭୧୧, ସୁନ୍ଦରଗଡ଼ରେ ୬୦୦ରୁ ଅଧିକ, କେନ୍ଦ୍ରାପଡ଼ାରେ ୬୦୦, ଭଦ୍ରକରେ ୩୨୮ ଜଣ ଟିକା ନେଇଛନ୍ତି । ସୁବର୍ଣ୍ଣପୁରରେ ସର୍ବନିମ୍ନ ଅର୍ଥାତ ୧୦୧ ଜଣ ଟିକା ନେଇଛନ୍ତି। ଆଜି ରାଜ୍ୟରେ ୧୬ ହଜାର ୩୯୮ ଜଣଙ୍କୁ ଟିକାକରଣ କରାଯିବାର ଲକ୍ଷ୍ୟ ଥିଲା । ଅନ୍ୟପଟେ ଆସନ୍ତାକାଲି ଅର୍ଥାତ ରବିବାର ରାଜ୍ୟରେ ଟିକାକରଣ ବନ୍ଦ ରହିବ ।
ସୋମବାରଠାରୁ ଶନିବାର ପର୍ଯ୍ୟନ୍ତ ପୁଣି ଟିକାକରଣ ଆରମ୍ଭ ହେବ । ଆଗାମୀ ୧୦ ଦିନ ଭିତରେ ୩ ଲକ୍ଷ ୩୮ ହଜାର ଲୋକଙ୍କୁ ଟିକା ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଶନିବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ମେଗା ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହାପରେ ବିଭିନ୍ନ ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲେ । ଟିକା ନେଇଥିବା ବ୍ୟକ୍ତିଙ୍କ ସହିତ ଆଲୋଚନା କରିବା ସହିତ କୋଭିଡ ଯୋଦ୍ଧା ପ୍ରଶଂସା କରିଥିଲେ ନବୀନ । ରାଜ୍ୟରେ ମୋଟ ୧୬୧ ଟି ଟିକା କେନ୍ଦ୍ରରେ ଟିକାକରଣ ଚାଲିଥିଲା ।
No Result
View All Result