• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ କନ୍ଧମାଳ ପ୍ରଶାସନର ତତ୍ପରତା : ରବିବାର ମଧ୍ୟ ଖୋଲା ରହିବ ସମସ୍ତ ସରକାରୀ କାର୍ଯ୍ୟାଳୟ

Proprietor Abhimanyu Maharana by Proprietor Abhimanyu Maharana
November 1, 2026
in ଓଡ଼ିଶା, କନ୍ଧମାଳ, ହୋମ୍
0
ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ କନ୍ଧମାଳ ପ୍ରଶାସନର ତତ୍ପରତା : ରବିବାର ମଧ୍ୟ ଖୋଲା ରହିବ ସମସ୍ତ ସରକାରୀ କାର୍ଯ୍ୟାଳୟ
Share on FacebookShare on TwitterWhatsapp

କନ୍ଧମାଳ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାଜନିତ ବିପର୍ଯ୍ୟୟର ମୁକାବିଲା ସହ ଜିଲ୍ଲାରେ ଚାଲିଥିବା ଉଦ୍ଧାର, ପୁନରୁଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବାକୁ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଜରୁରୀକାଳୀନ ପରିସ୍ଥିତିରେ ସରକାରୀ କଳକୁ ସମ୍ପୂର୍ଣ୍ଣ ସଜାଗ ରଖିବା ଉଦ୍ଦେଶ୍ୟରେ ନଭେମ୍ବର ୧ ତାରିଖ ରବିବାର ଦିନ ମଧ୍ୟ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରଖିବା ସହ ଅଧିକାରୀ ଓ କର୍ମଚାରୀଙ୍କୁ ନିୟମିତ ଭାବେ କାର୍ଯ୍ୟାଳୟରେ ଉପସ୍ଥିତ ରହି ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଜିଲ୍ଲା ପ୍ରଶାସନର ଚିଠି ନଂ ୨୮୩, ତାରିଖ ୩୧.୧୦.୨୦୨୬ ଅନୁଯାୟୀ, ଜିଲ୍ଲା କାର୍ଯ୍ୟାଳୟ, ଉପଖଣ୍ଡ କାର୍ଯ୍ୟାଳୟ, ବ୍ଲକ୍ କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ସମସ୍ତ ସରକାରୀ ପ୍ରତିଷ୍ଠାନର ଅଧିକାରୀ ଓ କର୍ମଚାରୀଙ୍କୁ ରବିବାର ଦିନ ନିଜ ନିଜ କାର୍ଯ୍ୟାଳୟରେ ଯୋଗଦେଇ ଜରୁରୀକାଳୀନ କାର୍ଯ୍ୟରେ ନିୟୋଜିତ ରହିବାକୁ କୁହାଯାଇଛି। ବିପର୍ଯ୍ୟୟ ସମୟରେ ଲୋକଙ୍କୁ ତୁରନ୍ତ ସହାୟତା, ଉଦ୍ଧାର ଓ ରିଲିଫ୍ ପ୍ରଦାନରେ ଯେପରି କୌଣସି ବିଳମ୍ବ ନହୁଏ, ସେଥିପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଆଦେଶର ଅବମାନନା କିମ୍ବା କାର୍ଯ୍ୟରେ ଅବହେଳାକୁ ଗୁରୁତର ସହ ନିଆଯିବା ସହ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ପଷ୍ଟ କରାଯାଇଛି।

ସେହିପରି ନଭେମ୍ବର ମାସରେ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିର ସଫଳ ମୁକାବିଲା ପାଇଁ ଚିଠି ନଂ ୧୨୧୩, ତାରିଖ ୩୧.୧୦.୨୦୨୬ ଜରିଆରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ସହରାଞ୍ଚଳର ଦାୟିତ୍ୱ ବରିଷ୍ଠ ଅଧିକାରୀଙ୍କୁ ନ୍ୟସ୍ତ କରାଯାଇଛି। ଏହି ଅଧିକାରୀମାନେ ନିଜ ନିଜ ଦାୟିତ୍ୱରେ ଥିବା ଅଞ୍ଚଳରେ ବାତ୍ୟା, ବନ୍ୟା, ପ୍ରବଳ ବର୍ଷା, ଅସ୍ଥାୟୀ ଆଶ୍ରୟସ୍ଥଳୀର ପରିଚାଳନା ଓ ବିପଦସଙ୍କୁଳ ତଥା ଦୁର୍ବଳ ବର୍ଗର ଲୋକଙ୍କ ସ୍ଥାନାନ୍ତରଣ କାର୍ଯ୍ୟ ତଦାରଖ କରିବେ। ଏଥିସହ ପରିସ୍ଥିତିର ନିୟମିତ ସମୀକ୍ଷା କରି ଜିଲ୍ଲା ପ୍ରଶାସନକୁ ସମୟାନୁସାରେ ବିସ୍ତୃତ ରିପୋର୍ଟ ପ୍ରଦାନ କରିବେ। ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ଦାୟିତ୍ୱ ଅନୁଯାୟୀ,

ଫୁଲବାଣୀ ବ୍ଲକ୍ ପାଇଁ ଉପଜିଲ୍ଲାପାଳ ଫୁଲବାଣୀ, ବାଲିଗୁଡ଼ା ବ୍ଲକ୍ ଓ ଏନ୍‌ଏସି ପାଇଁ ଉପଜିଲ୍ଲାପାଳ ବାଲିଗୁଡ଼ା, ଖଜୁରୀପଡ଼ା ବ୍ଲକ୍ ପାଇଁ ପିଏ, ଆଇଟିଡିଏ ଫୁଲବାଣୀ, ଦାରିଙ୍ଗବାଡ଼ି ବ୍ଲକ୍ ପାଇଁ ପିଏ, ଆଇଟିଡିଏ ବାଲିଗୁଡ଼ା, କ. ନୂଆଗାଁ ବ୍ଲକ୍ ପାଇଁ ଏଡିଏମ୍ (ରାଜସ୍ୱ), ଫିରିଙ୍ଗିଆ ବ୍ଲକ୍ ପାଇଁ ଡିଇଓ କନ୍ଧମାଳ ଏବଂ ଟିକାବାଲି ବ୍ଲକ୍ ପାଇଁ ସିଡିଏଓ କନ୍ଧମାଳଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ଚକାପାଦ ବ୍ଲକ୍ ପାଇଁ ଏଡିଏମ୍ (ଜେନେରାଲ), ଜି. ଉଦୟଗିରି ବ୍ଲକ୍ ପାଇଁ ଉପଜିଲ୍ଲାପାଳ ବାଲିଗୁଡ଼ା, ରାଇକିଆ ବ୍ଲକ୍ ପାଇଁ ସିଡିଓ-କମ୍-ଇଓ, ଜିଲ୍ଲା ପରିଷଦ କନ୍ଧମାଳ,

କୋଟଗଡ଼ ବ୍ଲକ୍ ପାଇଁ ଡେପୁଟି ଡାଇରେକ୍ଟର (ପି ଆଣ୍ଡ ଏସ୍), ଡିପିଏମ୍‌ୟୁ କନ୍ଧମାଳ ଏବଂ ତୁମୁଡ଼ିବନ୍ଧ ବ୍ଲକ୍ ପାଇଁ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ବିପର୍ଯ୍ୟୟ ପରିଚାଳନାକୁ କେବଳ କାଗଜପତ୍ରରେ ସୀମିତ ନରଖି ତୃଣମୂଳ ସ୍ତରରେ ଏହାର ସଫଳ ରୂପାୟନ ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇଛି। ବିଶେଷକରି ଦୁର୍ଗମ ଅଞ୍ଚଳର ଲୋକଙ୍କ ସୁରକ୍ଷା, ଆଶ୍ରୟସ୍ଥଳୀରେ ଆବଶ୍ୟକ ସୁବିଧା ଏବଂ ଜରୁରୀ ସେବାର ଉପଲବ୍ଧତା ସୁନିଶ୍ଚିତ କରିବା ଦାୟିତ୍ୱ ଏହି ଅଧିକାରୀମାନଙ୍କ ଉପରେ ରହିବ। ସମ୍ଭାବ୍ୟ ବିପର୍ଯ୍ୟୟକୁ ଆଖିଆଗରେ ରଖି ପ୍ରଶାସନର ଏହି ଦୁଇଟି ନିର୍ଦ୍ଦେଶନାମା ଜିଲ୍ଲାରେ ତତ୍ପରତା ବୃଦ୍ଧି କରିଛି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ କନ୍ଧମାଳ ପ୍ରଶାସନର ତତ୍ପରତା : ରବିବାର ମଧ୍ୟ ଖୋଲା ରହିବ ସମସ୍ତ ସରକାରୀ କାର୍ଯ୍ୟାଳୟ

ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ କନ୍ଧମାଳ ପ୍ରଶାସନର ତତ୍ପରତା : ରବିବାର ମଧ୍ୟ ଖୋଲା ରହିବ ସମସ୍ତ ସରକାରୀ କାର୍ଯ୍ୟାଳୟ

November 1, 2026
ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

November 1, 2026
ପ୍ରଧାନ ଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ପ୍ରଧାନ ଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

November 1, 2026
ଖୋର୍ଦ୍ଧାରୋଡ ରେଳମଣ୍ଡଳରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

RASHTRIYA EKTA DIWAS OBSERVED AT KHURDA ROAD DIVISION

November 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ କନ୍ଧମାଳ ପ୍ରଶାସନର ତତ୍ପରତା : ରବିବାର ମଧ୍ୟ ଖୋଲା ରହିବ ସମସ୍ତ ସରକାରୀ କାର୍ଯ୍ୟାଳୟ

ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ କନ୍ଧମାଳ ପ୍ରଶାସନର ତତ୍ପରତା : ରବିବାର ମଧ୍ୟ ଖୋଲା ରହିବ ସମସ୍ତ ସରକାରୀ କାର୍ଯ୍ୟାଳୟ

November 1, 2026
ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

November 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version