No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ଜାନୁଆରୀ ଶୁକ୍ରବାର) ପଦ୍ମପୁର :- ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଜୋଖିପାଲି ଗ୍ରାମର ଦୁଇଭାଇ ଦିବସ କୁମାର ସାହୁ ଏବଂ ଆକାଶ କୁମାର ସାହୁ ତାଙ୍କ ପିତାମାତାଙ୍କୁ ହେଲମେଟ ଉପହାର ଦେଇ ଏକ ନିଆରା ସଚେତନତା ବାର୍ତା ପ୍ରଦାନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଉଭୟଙ୍କୁ ବରଗଡ଼ ଆଂଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଏକାଧିକ ଥର ଦୁର୍ଘଟଣା ରେ ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିଥିବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାଛଡ଼ା ପ୍ରତ୍ୟେକଙ୍କୁ ସୁନାଗରିକ ହିସାବରେ ସରକାରୀ ନିୟମାନୁସାରେ ୨ ହଜାର ଟଙ୍କା ଲେଖାଏଁ ଚେକ ପ୍ରଦାନ କରାଯାଇଥିଲା । ଦୁଇଭାଇ ଉକ୍ତ ଟଙ୍କାର ସୁବିନିୟୋଗ କରିବା ନିମନ୍ତେ ତଥା ପିତା ମାତାଙ୍କ ସୁରକ୍ଷା ଦୃଷ୍ଟିରୁ ଉଭୟଙ୍କୁ ଗୋଟିଏ ଲେଖାଏଁ ହେଲମେଟ ପ୍ରଦାନ କରିଛନ୍ତି ଯାହାକି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ।
ବର୍ତ୍ତମାନ ପରିବହନ ବିଭାଗ ନିୟମାନୁସାରେ ଦୁଇଚକିଆ ଯାନ ଚଲେଇବା ବେଳେ ଗାଡ଼ିରେ ବସିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ହେଲମେଟ ବ୍ୟବହାର ଅନିବାର୍ଯ୍ୟ ଅଟେ ଏବଂ ଏହାର ଖିଲାଫ କଲେ ଆର୍ଥିକ ଦଣ୍ଡାଦେଶ ସହିତ ଡ୍ରାଇଭି ଲାଇସେନ୍ସ ରଦ୍ଦ କରିବାର ନିୟମ ରହିଛି । ଏହାଛଡ଼ା ଜନସାଧାରଣ ମାନେ ମଧ୍ୟ ଏକଥାକୁ ଧ୍ୟାନ ଦେବା ଉଚିତ ଯେ ଜୀବନ ବହୁମୂଲ୍ୟ ଅଟେ ଏବଂ ପ୍ରତ୍ୟେକ ବ୍ୟକ୍ତି ଟ୍ରାଫିକ ନିୟମ ମାନି ଚଳିଲେ ଦୁର୍ଘଟଣା ଘଟିବାର ଅନେକାଂଶରେ କମ ହୋଇପାରିବ। ଦୁଇଭାଇଙ୍କ ଉକ୍ତ ପ୍ରଚେଷ୍ଟା ବାସ୍ତବିକ ପ୍ରଶଂସନୀୟ ହେବା ସଙ୍ଗେ ସଙ୍ଗେ ଲୋକଙ୍କ ପାଇଁ ପ୍ରେରଣାଦାୟୀ ହେବ । (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result