No Result
View All Result
ଓଡିଶା ତାଜା ନ୍ୟୁଜ୍ (୧୪ ଜାନୁଆରୀ ଗୁରୁବାର ) କଟକ :- କଟକର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ”(ଉବିପ) ପକ୍ଷରୁ ଜଗତସିଂହପୁର ଜିଲ୍ଲା ଉପକଣ୍ଠ ରଘୁନାଥପୁର ମଦନ ମୋହନ ମଠ ପରିସରରେ ଏବଂ କଟକ ସଦର ବ୍ଲକ ବିରିବାଟି ମା ତାରିଣୀ ମନ୍ଦିର ପ୍ରାଙ୍ଗଣରେ ମହାନ ଦେଶଭକ୍ତ ଆଧ୍ୟାତ୍ମିକ ପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ୧୫୮ତମ ଜନ୍ମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ କରୋନା କଟକଣା ପାଳନ ପୂର୍ଵକ ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି ! ଏହି ଉତ୍ସବରେ ଅତିଥି ଭାବେ ବାବା ସୀତାରାମ ଦାସ୍ ମହାରାଜ,ପୂର୍ବତନ ସରପଞ୍ଚ ଅଭିମନ୍ୟୁ ସାହୁ ଯୋଗଦାନ କରିଥିବା ବେଳେ ଯୁବ ସଂଗଠକ ରଘୁନାଥ ଚୌଧୁରୀ, ଅଶୋକ ଗୁରୁଜୀ , ବିଷ୍ଣୁ ଚରଣ ମାଦେଳୀ , ଚନ୍ଦନ ସେନାପତି, ପ୍ରଦୋଷ ଚୌଧୁରୀ, ଟୁଟୁ ଭୋଇ ,ଗୁଲୁ ସେଠୀ, ସୁବାସ ଚନ୍ଦ୍ର ସେଠୀ,

ଦେବବ୍ରତ ବରାଳ, ଚିତ୍ତରଞ୍ଜନ ସେଠୀ, ଦିଲ୍ଲୀପ ମିଶ୍ର, ଅମିୟ ବେହେରା, ସଂଜୟ ମଲ୍ଲିକ,ରତ୍ନାକର ପରିଡ଼ା, ଶରତ ମଲ୍ଲିକ,ଦୀପକ ପରିଡ଼ା,ଦୀପକ କୁମାର ବେହେରା,ସୁରେଶ ଜେନା, ସନାତନ ବେହେରା, ସନ୍ତୋଷ ଭୋଇ, ନିରଞ୍ଜନ ରାଉଳ, ପ୍ରଭାକର ନାୟକ, ସରୋଜ କାନ୍ତ ଦାଶ , ତ୍ରିଲୋଚନ ଜେନା, ବାବୁଲି ପାତ୍ର,କିଶୋର ମୁଦୁଲି, ଜଗନ୍ନାଥ ମହାନ୍ତ,ବିରୋଚନ ସରଙ୍ଗୀ,ବିନୋଦ ଦାସ,ବିପିନ ସାହୁ,ସୁଦର୍ଶନ ଜେନା ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତରହି ସ୍ଵାମୀଜୀଙ୍କ ମହାନତାର ସ୍ମୃତିଚାରଣ କରିଥିଲେ ! ବର୍ତ୍ତମାନର ଯୁବପିଢ଼ି ମାନବବାଦୀ ଯୁଗପୁରୁଷ ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶସେଵାକୁ ବ୍ରତଭାବେ ଗ୍ରହଣ କରିବାକୁ ପରିଷଦର ସଭାପତି ଯୁବ ସମାଜସେବୀ ଇଂ. ପ୍ରକାଶ ଚନ୍ଦ୍ର ସେଠୀ ସାର୍ବଜନିନ ସ୍ଥରରେ ନିବେଦନ କରିବାସହ ପରିଷଦର ବିଭିନ୍ନ ଶାଖା ମାନଙ୍କରେ ଏହି ଜାତୀୟ ଯୁବଦିବସ ପାଳନ କରାଯାଇ ଥିବାରୁ କାର୍ଯ୍ୟକର୍ତା ମାନଙ୍କୁ ସାଧୁବାଦ ଜଣାଇଛନ୍ତି ! ( ରିପୋର୍ଟ – ଅମୂଲ୍ୟ କୁମାର ବାରିକ )
No Result
View All Result