No Result
View All Result
ଓଡିଶା ତାଜା ନ୍ୟୁଜ୍ (୧୪ ଜାନୁଆରୀ ଗୁରୁବାର ) ବରଗଡ଼ :- ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ଓ ଓମେନ୍ସ ଏମ୍ପାବାରମେଣ୍ଟ ମହିଳା ଶାଖା ତରଫରୁ ଆଜି ମକର ସଂକ୍ରାନ୍ତି ଅବସରରେ ବରଗଡ଼ ସ୍ଥିତ ପାଣ୍ଡରୀପଥର କୁଷ୍ଟା ଶ୍ରମ ଠାରେ ଅନୁଷ୍ଠାନ ପକ୍ଷରୁ ଶୁଖିଲା ଖାଦ୍ୟ ଓ ନୂତନ ବସ୍ତ୍ର, ପୂରୁଣା କପଡା ବଣ୍ଟନ କରାଯାଇଛି । ଶିତ କୁ ଆଖି ଆଗରେ ରଖି ଏହି ପରି କାଯ୍ୟକ୍ରମ କରିବା ପାଇଁ ମହିଳା ଟିମ୍ ଆଗ ଭର ହୋଇଛନ୍ତି ବୋଲି ଅନୁଷ୍ଠାନ ର ସଭାପତି ଶ୍ରୀ ମୁକୁନ୍ଦ ଦାଶ ସୂଚନା ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି ଲକ୍ ଡାଉନ୍ ସମୟରେ ଏହି କଲୋନୀରେ ଜନ କଲ୍ୟାଣ
ସେବା ଟ୍ରଷ୍ଟ ପକ୍ଷରୁ ଗୋଟିଏ ମାସ ର ଶୁଖିଲା ଖାଦ୍ୟ ସାମଗ୍ରୀ ତଥା କମଲ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହିଲା ପ୍ରମୁଖ ଶ୍ରୀମତୀ ମେନକା ବାଗ୍, ସଂପାଦିକା ଶ୍ରୀମତୀ ରିତାଞ୍ଜଲୀ ଦାଶ, ସବିତା, ରୀତା, ଜତୀନ କାଯ୍ୟକ୍ରମ ରେ ଯୋଗଦାନ କରି ବଣ୍ଟନ କରିଥିଲେ । ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସଭାପତି ଶ୍ରୀ ମୁକୁନ୍ଦ ଦାଶ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିବା ସହିତ କରୋନା ଉପରେ ଅନ୍ତ ବାସୀ ମାନକୁ ସଚେତନତା ସୃଷ୍ଟି କରିଥିଲେ । ଆଜିର କାର୍ଯ୍ୟକ୍ରମ ର ସାମଗ୍ରୀ ବଣ୍ଟନ ପାଇଁ ରିତାଞଲୀ ଦାଶ ବିଶେଷ ଭାବରେ ସହଯୋଗ କରିଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)
No Result
View All Result