No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୪ ଜାନୁଆରୀ ଗୁରୁବାର ) ଓଡ଼ଗାଁ :- ଆଜି ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ କୁରାଳ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଏକ ଜଳ ଯୋଗାଣ ପ୍ରକଳ୍ପ ଉଦ୍ଘାଟିତ ହୋଇଛି । ଗିରିଡି ପଲ୍ଲୀ ପଞ୍ଚାୟତର ସମିତି ସଭ୍ୟ ବିଜନ୍ ପାଇକରାୟ ଏହାକୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଓଡ଼ଗାଁ ୧ନଂ ଜୋନ୍ ର ଜିଲ୍ଲାପରିଷଦ ଲୋକନାଥ ସାହୁ ମହୋଦୟ ଯୋଗଦେଇଥିଲେ ।

ମୁଖ୍ୟ ଅତିଥି ଉତ୍ତମ ସ୍ବାସ୍ଥ୍ୟ ନିମନ୍ତେ ସ୍ବଚ୍ଛ ଜଳର ଆବଶ୍ୟକତା । କଥା କହିଥିବା ବେଳେ ନୟାଗଡ ବିଧାୟକ ତଥା କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ତତ୍ବାବଧାନ ଦ୍ବାରା ଓଡ଼ଗାଁ ବ୍ଳକ ରେ ଆଗରୁ ମଧ୍ୟ ଅନେକ ବିକାଶମୂଳକ କାର୍ଯ୍ୟ କରିବାର କଥା କଥା ରଖିଛନ୍ତି ।

ଆଜି ଅପରାହ୍ନରେ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଜଳ ଯୋଗାଣ ପ୍ରକଳ୍ପ ର ଉଦଘାଟନ ହୋଇଛି । ବହୁଦିନ ର ସ୍ବପ୍ନ ସାକାର ହେଇଛି । ଆଜିର ଏହି ଜଳ ଯୋଗାଣ ପ୍ରକଳ୍ପ ଉଦ୍ଘାଟିତ ହେବା ପରେ କଲେଜ ର ଛାତ୍ରଛାତ୍ରୀ ମାନେ ବହୁତ ଖୁସି ଅନୁଭବ କରିଛନ୍ତି । ସମାଜ ସେବୀ ପ୍ରଭାତ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ । (ଓଡ଼ଗାଁ ରିପୋର୍ଟ/ଅଶ୍ଵିନୀ କୁମାର ସାହୁ )
No Result
View All Result