ଭୁବନେଶ୍ୱର (ଓଡିଶା ତାଜା ନିଉଜ) ଭୁବନେଶ୍ୱର 26.1.2020 :- ପବିତ୍ର ଗଣତନ୍ତ୍ର ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ।
ଆସନ୍ତୁ ଆମ ସମ୍ବିଧାନରେ ନିହିତ ଆଦର୍ଶ ଓ ମୂଲ୍ୟବୋଧ – ନ୍ୟାୟ, ସ୍ୱାଧୀନତା, ସମାନତା ଏବଂ ଭ୍ରାତୃତ୍ୱ – ପ୍ରତି ସର୍ବଦା ସଂକଳ୍ପବଦ୍ଧ ରହିବା। ଜୟ ହିନ୍ଦ! ଭାରତବର୍ଷକୁ ଏକ “ସାର୍ବଭୌମ”,”ସାମାଜିକ-ଧର୍ମନିରପେକ୍ଷ-ଗଣତାନ୍ତ୍ରିକ” ରାଷ୍ଟ୍ର-ରୂପେ ଉତ୍ତୋଳିତ କରିବାର ସାଧନା-ନିଷ୍ଠ ବୃତ୍ତ-ଚିତ୍ର ସମ୍ଭବତଃ ଏକ ବିକ୍ଷିପ୍ତ ପରିଧି ଗଢିତୋଳିଛି…
ବିଚାରଧାରାର ପୃଥକୀକରଣ ଏବଂ ସମାରୋହ ଭିତରେ “ମୁଁ ଇଶ୍ବରଙ୍କ ନାମରେ ଶପଥ କରୁଅଛି”ର ସ୍ବର୍ଣ୍ଣିମ ଶବ୍ଦରାଜି “ପରିବାର-ବାଦ” ଓ “ତୁଷ୍ଟିକରଣ”ର ଅଘୋଷିତ ସମାହାର ଭିତରେ ବିଳାପି ଉଠୁଛି… “ସାମ୍ବିଧାନିକ” ମୂଳକ ନିୟାମକକୁ ଭିତ୍ତିକରି ଆତଙ୍କବାଦ,ଦୁର୍ବଳ-ଅର୍ଥନୀତି,ଦୁର୍ନୀତି,ଅସ୍ପୃଶ୍ୟତା ଓ ବିଭେଦ ବିରୁଦ୍ଧରେ ଏକତା ଓ ରାଷ୍ଟ୍ରବାଦର ଆବଶ୍ୟକତା ରହିଛି… “୭୧ତମ-ସାଧାରଣତନ୍ତ୍ର” ଦିବସର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି…