ରଣପୁର : ସୁରମା ହଟାଓ ବିଜେପି ବଞ୍ଚାଓ …..

ଓଡିଶା ତାଜା ନ୍ୟୁଜ୍  (୧୩ ଜାନୁଆରୀ ବୁଧବାର ) ରଣପୁର/ରିପୋର୍ଟ ସୋନାଲି :- ରଣପୁର ନିର୍ବାଚନ ମଣ୍ଡଳୀ ରେ ସୁରମା ଙ୍କୁ ବିରୋଧ । ବିଜେପି ଦଳ ପାଈଁ ସୁରମା ଏବେ ଅଡ଼ୁଆ ବୋଲି ବିଜେପି ର ଦଳୀୟ କର୍ମକର୍ତ୍ତା ଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ରଣପୁର ନିର୍ବାଚନ ମଣ୍ଡଳୀ ର ୬ ଟି ଜିଲ୍ଲାପରିଷଦ ଜୋନ୍ ରୁ ୪ ଟି ଜୋନ୍ ରେ ବିଜେପି ଜିଲ୍ଲାପରିଷଦ ଆସନ ଅଳଙ୍କୃତ କରିଥିବା ବେଳେ ଛଅ ଟି ଜୋନ୍ ର ଦଳୀୟ କର୍ମକର୍ତ୍ତା ସୁରମା କୁ ବିରୋଧ କରୁଥିବାର ଦେଖିବାକୁ ମିଳୁଛି ।

ବିଜେପି ଦଳ କୁ ସୁଦୃଢ଼ କରିବା ପାଈଁ ନେତୃତ୍ୱ ପରିବର୍ତ୍ତନ କରାଯାଉ ଏହାକୁ ନେଇ ‘ ଘୋ ‘ ଉଠିଛି ରଣପୁର ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତୃ ବୃନ୍ଦଙ୍କ ଠାରେ । ରଣପୁର ବିଜେପି ନେତ୍ରୀ ସୁରମା ପାଢ଼ୀ ୨୦୦୪ ରେ ବିଜେପି , ବିଜେଡ଼ି ମିଳିତ ସରକାର ରେ ସୁରମା ବିଧାୟକ ର ସ୍ୱାଦ ଚାଖିଥିଲେ ଏହାପରେ ମନ୍ତ୍ରୀ ପଦ ର ଆସନ ମଧ୍ୟ ଅଳଙ୍କୃତ କରିଥିଲେ । ୨୦୦୯ ରୁ ୨୦୨୦ ପର୍ଯ୍ୟନ୍ତ ହାରିବାର ସ୍ୱାଦ ଚାଖି ଲାଗିଛନ୍ତି ସୁରମା । ସେଥିପାଇଁ ବିଜେପି କର୍ମୀ ଙ୍କ ଠାରେ ସୁରମା ଙ୍କ ପ୍ରତି ଉତ୍ସାହ କମିବାରେ ଲାଗିଛି ।

ବିଜେପି କର୍ମୀ ଙ୍କ ଉତ୍ସାହ କମିବାର କାରଣ ବିଜେଡ଼ି ସମ୍ମୁଖ ରେ ସୁରମା ଙ୍କ ଲଗାତର ପରାଜୟ । ଏହାକୁ ନେଇ ଦଳୀୟ ବିରୋଧ ଦେଖାଦେଇଛି । ଚାନ୍ଦପୁର ଡ଼ୋମଣି ମନ୍ଦିର ଠାରେ ଚାନ୍ଦପୁର ଜୋନ୍ ରୁ ବିଜେପି ର କିଛି ଦଳୀୟ କର୍ମୀ ମାନେ ସୁରମା ଙ୍କୁ ଦୃଢ ବିରୋଧ କରିଥିବାର ଦେଖାଯାଇଛି । ” ସୁରମା ହଟାଓ , ବିଜେପି ବଞ୍ଚାଓ ” ବୋଲି ସ୍ୱର ଉତ୍ତୋଳନ କରିଥିଲେ ଓ ସେଠାରେ ଶପଥ ନେଇଥିଲେ । ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟିକା ସୁରମା ପାଢ଼ୀ ଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମକର୍ତ୍ତା ଙ୍କୁ ବାରମ୍ବାର ପରାଜୟ ଦେଖିବାକୁ ପଡୁଛି ବୋଲି ଦଳୀୟ କର୍ମୀ ଙ୍କ ଅସନ୍ତୋଷ ର କାରଣ ହୋଈଛି ।

ଚାରି ଚାରି ଥର ସୁରମା ପଞ୍ଚାୟତ ଇଲେକ୍ସନ୍ ରେ ପରାଜୟ ହୋଇଛନ୍ତି । ଏବେ ରଣପୁର ନିର୍ବାଚନ ମଣ୍ଡଳୀ ରେ ରାଜ୍ୟ ଭାରତୀୟ ଜନତା ପାର୍ଟି ର ନୂଆ ପ୍ରାର୍ଥୀ ଚାହୁଁଛନ୍ତି କର୍ମୀ । ଏବେ ଆଉ ୫ ଟି ଜୋନ୍ କୁ ବିଜେପିର ସୁରମା ବିରୋଧ ଡାକରା ଖୁବ୍ ଶୀଘ୍ର ତ୍ୱରାନ୍ୱିତ କରିଵା ପାଈଁ ମେଳି ବନ୍ଧିଲେଣି କର୍ମୀ । ଦଳୀୟ କର୍ମୀ ଙ୍କ ମତରେ ବିଜେପି ଦଳ ର ନେତୃତ୍ୱ ପରିବର୍ତ୍ତନ କରାଗଲେ ବିଜୁ ଜନତା ଦଳ ଠାରୁ ବହୁ ସଂଖ୍ୟକ ଭୋଟ ରେ ବିଜେପି ବିଜୟ ହାସଲ କରିବ ବୋଲି କର୍ମୀ ଆଶା ଆଶଙ୍କା ରେ । ଯେ ପର୍ଯ୍ୟନ୍ତ ବିଜେପି ନେତୃତ୍ୱ ପରିବର୍ତ୍ତନ ନ ହୁଏ ରଣପୁର ରେ ବିଜେପି କେବେ ହେଲେ ବିଜୟ ଲାଭ କରି ପାରିବ ନାହିଁ । ଦଳ ପାଇଁ ଭୁଲ ରାସ୍ତା ଆପଣେଇଛନ୍ତି ସୁରମା, କର୍ମୀ ଙ୍କ ପାଇଁ ବଢ଼ିଛି ଚିନ୍ତା ।

ଆଗତ ନିର୍ବାଚନ ରେ ଯଦି ସୁରମା ନିଅନ୍ତି ନେତୃତ୍ୱ ତେବେ ଗୋଟିଏ ହେଲେ ଜିଲ୍ଲାପରିଷଦ ସିଟ୍ ରେ ବିଜୟୀ ହେବନି ବିଜେପି । ବିଜେପି ର ନୁତନ ପ୍ରାର୍ଥୀ ହିଁ ବିଜେପି ପାଇଁ ବିଜୟ ପତାକା ଉଡାଇବ ବୋଲି ଚର୍ଚ୍ଚା ଜୋର ଧରିଛି । ବିଜେପି ଦଳ ରେ ଏବେ ସମ୍ବିଦ ପାତ୍ର ଙ୍କୁ ନେଇ ଦେଖାଯାଉଛି ଆଗ୍ରହ । ଦେଖାଯାଉ କର୍ମୀ ଙ୍କ ବିରୋଧ କୁ ରାଜ୍ୟ ଭାରତୀୟ ଜନତା ପାର୍ଟି ରଙ୍ଗ ଦେଉଛି ନା ନାହିଁ । ଆଗକୁ ଦେଖିବାକୁ ମିଳିବ କି ସୁରମା ହଟୁଛନ୍ତି କି ରହୁଛନ୍ତି ? ଦେଖାଯାଉ କେବେ ହେଉଛି ରଣପୁର ନିର୍ବାଚନ ମଣ୍ଡଳୀ ନେତୃତ୍ୱ ରେ ପରିବର୍ତ୍ତନ .. କର୍ମୀ ଅପେକ୍ଷା …